ଏବେ ଖୋର୍ଦ୍ଧାରେ ଡେଙ୍ଗୁ ଆତଙ୍କ । ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ଖୋର୍ଦ୍ଧାରେ କିନ୍ତୁ ସ୍ଥିତି ଅନିୟନ୍ତ୍ରଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୯ ଜଣ ଆକ୍ରାନ୍ତ ।
ସୂଚନା ଅନୁସାରେ ,ଖୋର୍ଦ୍ଧାରୁ ମୋଟ ୨୯୧୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଏମସି ସ୍ଵାସ୍ଥ୍ୟ ଅଧିକାରୀଙ୍କ ତଥ୍ୟ ଅନୁସାରେ ,ଚଳିତ ମାସରୁ ଏପର୍ଯ୍ୟନ୍ତ ଖୋର୍ଦ୍ଧାରୁ ମୋଟ ୨୯୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଖୋର୍ଦ୍ଧା ଓ ଏହାର ଉପକଣ୍ଠ ଅଞ୍ଚଳରୁ ୪୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ୱରରୁ ୧୪୬୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ୧୯୮ ରୋଗୀ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ବର ସହ ଅନ୍ୟ ଜିଲ୍ଲାରୁ ୮୨୯ ଜଣ ରୋଗୀ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି । ସେପ୍ଟେମ୍ବରରେ ଡେଙ୍ଗୁ ସଂକ୍ରମଣ ରେକର୍ଡ ଭାଙ୍ଗିଛି । ଚଳିତ ମାସ ଶେଷ ଦିନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୪ ହଜାର ଛୁଇଁବ ବୋଲି ସମ୍ଭାବନା ରହିଛି । ଡେଙ୍ଗୁ ନିୟନ୍ତ୍ରଣରେ ବିଏମସି ଓ ସ୍ବାସ୍ଥ୍ୟ ବିଭାଗ ଫେଲ୍ ମାରିଥିବା ନଜରକୁ ଆସିଛି । ଗତ ୨୩ ତାରିଖ ଦିନ ଖୋର୍ଦ୍ଧାରୁ ମୋଟ ୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ଖସୁ ନଥିବାବେଳେ ଅକ୍ଟୋବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ସ୍ଥିତିରେ କିଛି ବିଶେଷ ପରିବର୍ତ୍ତନ ହେବନାହିଁ । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସାଧାରଣତଃ ଡେଙ୍ଗୁ ସଂକ୍ରମଣ ଅଧିକ ରୁହେ । ବର୍ଷା ହେବା କାରଣରୁ ମଶା ବଂଶ ବୃଦ୍ଧି ହେବା ସହ ରୋଗୀଙ୍କ ସଂଖ୍ୟା ବଢ଼ିଥାଏ । ଏପର୍ଯ୍ୟନ୍ତ ଏହାର କିଛି ସ୍ୱତନ୍ତ୍ର ପ୍ରତିଷେଧକ ବ୍ୟବସ୍ଥା ନଥିବା ବେଳେ କେବଳ ସ୍ୱଛତା ହିଁ ଏହି ସଂକ୍ରମଣରୁ ରକ୍ଷା କରିପାରିବ ।
ପ୍ରତ୍ୟେକ ଦିନ ୨୦ରୁ ଉର୍ଦ୍ଧ୍ୱ ୱାର୍ଡରେ ଫଗିଙ୍ଗ୍ କରାଯାଉଥିବାବେଳେ ମେସିନ୍ ସଂଖ୍ୟା ବୃଦ୍ଧି କରାଯାଇଛି । ଡେଙ୍ଗୁ ଲାଗି ସମସ୍ତ ଔଷଧ ପ୍ଲେଟଲେଟ୍ ଓ ଟେଷ୍ଟି ସାମଗ୍ରୀ ମହଜୁଦ ରଖାଯାଇଛି । ଲକ୍ଷଣ ଥିଲେ ଡେଙ୍ଗୁ ଟେଷ୍ଟ କରିବାକୁ ବିଏମସି ପରାମର୍ଶ ଦେଇଛି।
ଆଗକୁ ପଢନ୍ତୁ :- ଦୁଇ ଦିନରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ