ଭୁୁବନେଶ୍ୱର: ଶେଷରେ ଭୋଟ୍ ଦେଲେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ । କଂଗ୍ରେସର ଏହି ବିଧାୟକଙ୍କୁ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଖୁବ୍ ଚର୍ଚ୍ଚା ହେଉଥିଲା । କାରଣ ସେ ଦଳର ହ୍ୱିପକୁ ଅବମାନନା କରିଥିଲେ । ଏବେ ଭୋଟ୍ ଦେବା ପରେ ଗମାଙ୍ଗ କହିଛନ୍ତି ଯେ, ପିସିସି ସଭାପତି ଯାହାକୁ ଭୋଟ୍ ଦେବା ପାଇଁ କହିଥିଲେ ତାଙ୍କୁ ଦେଇଛି । ଯାହାଙ୍କୁ ନିର୍ଣ୍ଣୟ କରିଥିଲି ତାଙ୍କୁ ଭୋଟ୍ ଦେଇଛି ।
ଯୋଗାଯୋଗ ହୋଇ ପାରୁ ନ ଥିବା ପ୍ରଶ୍ନରେ ଜବାବ ଦେଇଛନ୍ତି ଦାଶରଥି । ମୋ ଘର ପାହାଡ ଉପରେ । ତେଣୁ ନେଟୱର୍କ ନ ଥିଲା । ତେଣୁ ମୁଁ ଯୋଗାଯୋଗ କରି ପାରି ନ ଥିଲି । କିନ୍ତୁ ଦଳୀୟ ସଭାପତି ଯାହାକୁ କହିଥିଲେ ତାଙ୍କୁ ମୁଁ ଭୋଟ୍ ଦେଇଛି । ହ୍ୱିପ ମାନ ନ ଥିବାରୁ କଂଗ୍ରେସ ୨ ଥର ନୋଟିସ୍ କରିଥିଲା । ସେ ଦଳରେ ସାମିଲ ନ ହେବାରୁ ତାଙ୍କୁ ନେଇ କଂଗ୍ରେସରେ ନାନା ଚର୍ଚ୍ଚା ଲାଗି ରହିଥିଲା ।
ଉଲ୍ଲେଖନୀୟ ଦାଶରଥୀ ଗମାଙ୍ଗ କଂଗ୍ରେସର ନେତା । ସେ ବର୍ତ୍ତମାନ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି । ନିକଟରେ ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ହ୍ୱିପକୁ ଅବମାନନା କରିବା ଏବଂ ଦଳ ସହ ଯୋଗାଯୋଗ ନ କରିବା ଅଭିଯୋଗରେ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତାଙ୍କୁ ଆଜି ସକାଳ ୯ଟା ସୁଦ୍ଧା ପାର୍ଟି କାର୍ଯ୍ୟାଳୟ ଆସିବାକୁ କୁହାଯାଇଥିଲା । ତେଣୁ ସେ କ୍ରସ ଭୋଟିଂ କରିବାର ସମ୍ଭାବନା ରହିଥିଲା ।
Also read: ଉପାସନାଙ୍କ ଭୋଟକୁ ନେଇ ବିବାଦ: ମାଗିଲେ ୨ୟ ବାଲାଟ୍ ପେପର୍, ନବୀନ କହିଲେ ବେଆଇନ