ପୁରୀ: ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବାବେଳେ ଡାକି ନେଲା ଯମ । ଉତ୍ତରା ଛକ ନିକଟରେ କାର୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଜଣେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ।
ଆଜି ଭୋର ପ୍ରାୟ ୫ଟା ସମୟରେ ଉତ୍ତରା ଅଞ୍ଚଳର ୨ ଜଣ ମହିଳା ଚାଲିବାକୁ ଯାଇଥିଲେ । ଭୁବନେଶ୍ୱର ପଟୁ ଆସୁଥିବା ଏକ ଦ୍ରୁତଗ୍ରାମୀ କାର୍ ସେମାନଙ୍କୁ ଧକ୍କା ଦେଇଥିଲା । ହରାଇ ଉଭୟଙ୍କୁ ପିଟିଥିଲା। ଫଳରେ ଉଭୟ ଛିଟିକି ରାସ୍ତା କଡ଼ରେ ପଡ଼ିଥିଲେ । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ କାର୍ ଭିତରେ ବସିଥିବା ୨ ଜଣଙ୍କୁ ମଧ୍ୟରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପିପିଲି ପୁଲିସ ଓ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରିଛି । ଦୁର୍ଘଟଣାଗସ୍ତ କାରକୁ ଅଗ୍ନିଶମ ବିଭାଗ ଜବତ କରିଛି ।