ପୁରୀ : ଶ୍ରୀ ମନ୍ଦିରରେ ସୁବିଧା ହେବ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ । ସେମାନଙ୍କ ପାଇଁ ୬ ଲାଇନ ବିଶିଷ୍ଟ ରାମ୍ପ ବ୍ୟବସ୍ଥା କରାଯିବ ଏହାଦ୍ୱାରା ଏହି ବର୍ଗର ଭକ୍ତ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଓ.ବି.ସି.ସିର ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏହି ଜରୁରୀ ବୈଠକରେ ପ୍ରସ୍ତାବିତ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା l କାର୍ଯ୍ୟ ସମ୍ପାଦନ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓ.ବି.ସି.ସିକୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ l
ମନ୍ଦିରର ଭିତର ହେଉ କି ବାହ୍ୟ ସୁରକ୍ଷା, ଏ ଦାୟିତ୍ୱ ସମ୍ଭାଳିବ ସ୍ୱତନ୍ତ୍ର ସୁରକ୍ଷା ବାଟାଲିଅନ୍ । ଯାହାର ନାଁ ରହିଛି ଶ୍ରୀମନ୍ଦିର ସ୍ପେଶାଲ ସିକ୍ୟୁରିଟି ବାଟାଲିଅନ୍ । ତେବେ ଏଥିରେ ସିଧା ନିଯୁକ୍ତି ଦିଆଯିବନି ବରଂ OSAPରୁ ଡେପୁଟେସନରେ କର୍ମଚାରୀ ଆସିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଏମାନଙ୍କ ଦାୟିତ୍ୱ ଓ କାର୍ଯ୍ୟକାଳ କିଭଳି ରହିବ ସେ ନେଇ ବି ପ୍ରସ୍ତୁତ ହୋଇଛି ମୋଡାଲିଟି । ବାଟାଲିଅନ୍ ହେଡକ୍ୱାର୍ଟର ପୁରୀରେ ରହିବ, ତେବେ ୟୁନିଫର୍ମ ଓ ଲୋଗୋ ସମ୍ପର୍କରେ ପୋଲିସ ଡିଜି ନିଷ୍ପତ୍ତି ନେବେ । ଭିଡ଼ ନିୟନ୍ତ୍ରଣ ହେଉ କି ଶୃଙ୍ଖଳିତ ଦର୍ଶନ । ଆତଙ୍କବାଦୀ ଆକ୍ରମଣଠୁ ଅଗ୍ନିକାଣ୍ଡ ପରି ଅଘଟଣ । ଶ୍ରୀମନ୍ଦିରରେ ଏସବୁ ମୁକାବିଲା ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ବାଟାଲିୟନ ।
ଅଧିକ ପଢନ୍ତୁ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି