ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଡ଼ାକିନେଇ, ରାଉରକେଲାରେ ହତ୍ୟା, ବାଲୁଘାଟ ନିକଟ ବ୍ରାହ୍ମଣୀନଦୀରୁ ମିଳିଲା ପ୍ରେମିକାର ଖଣ୍ଡବିଖଣ୍ଡିତ ମୃତଦେହ । ହନୁମାନ ବାଟିକା ନିକଟ ଜଙ୍ଗଲରୁ କଟା ହାତଗୋଡ ଉଦ୍ଧାର ହୋଇଥିଲା ପ୍ରେମିକାଙ୍କୁ ନିର୍ମମ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।ଝାରସୁଗୁଡ଼ା ରୁ ଡ଼ାକିନେଇ ପ୍ରେମିକ ହତ୍ୟା କରିବା ପରେ ରାଉରକେଲାରେ ମୃତଦେହକୁ ଆଣି ଫିଙ୍ଗିଛି ପ୍ରେମିକ । ରାଉରକେଲାର ବାଲୁଘାଟ ଓ ତରକେରାରୁ ମିଳିଲା କଟା ହାତ, ଗୋଡ଼, ମୁଣ୍ଡ, ଗଣ୍ଡି ରାଉରକେଲାରୁ ଆସିଛି ଛାତିକୁ ଥରାଇ ଦେବା ଭଳି ଏହି ଚାଞ୍ଚଲ୍ୟକର ଖବର। ଧାରୁଆ ଅସ୍ତ୍ରରେ ଅତି ନୃଶଂସ ହତ୍ୟା କରିଛି ଅଭିଯୁକ୍ତ ପ୍ରେମିକ। ବଡ କଥା ହେଉଛି, ପ୍ରମାଣ ନଷ୍ଟ ପାଇଁ ପ୍ରେମିକକୁ ୮ ଖଣ୍ଡ ବିଭିନ୍ନ ସ୍ଥାନରେ ବିଭିନ୍ନ ଅଂଶକୁ ଫିଙ୍ଗି ଦେଇଥିଲା। ଝାରସୁଗୁଡା ଓ ରାଉରକେଲା ପୁଲିସ ବ୍ରାହ୍ମଣୀ ନଦୀରେ ସକାଳୁ ସକାଳୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ବି ଛାନଭିନ କରିଥିଲା। ଅଭିଯୁକ୍ତକୁ ଆଣି ଖଣ୍ଡ ଖଣ୍ଡ ଶରୀରକୁ କେଉଁଠି ପକାଇଥିଲା ପଚାରି ବୁଝିଥିଲା।
ସୂଚନା ମୁତାବକ, ୨୦୨୪ ମସିହା ଅଗଷ୍ଟ ମାସରେ ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ କୁନୁ କିଷାନ ଦୁଷ୍ମର୍ମ କରି ଗର୍ଭବତୀ କରିଥିଲା। ଆଉ ନାବାଳିକାକୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡ଼ାକ୍ତରଙ୍କ ସହାୟତାରେ ଗର୍ଭ ନଷ୍ଟ କରିଥିଲା। ପରେ ନାବାଳିକା ଗୁରୁତର ହେବାରୁ ସୁନ୍ଦରଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହେବା ପରେ ସମସ୍ତ ଘଟଣା ପଦାକୁ ଆସିଥିଲା। ନାବାଳିକାର ପରିବାର ଧାରୁଆଡ଼ିହି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ କୁନୁ କିଶାନକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ଯିବାକୁ ପଡିଥିଲା।କିଛି ମାସ ପରେ ଜେଲରୁ ଜାମିନରେ କୁନୁ ଆସିବା ପରେ ଜେଲ ଯିବାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ପଡିଥିଲା। ସେପଟେ ଅଭିଯୁକ୍ତ କୁନୁ ଜାମିନରେ ଆସିବା ବେଳକୁ ନାବାଳିକାରୁ ସାବାଳିକା ହୋଇ ସାରିଥିଲା ପୀଡ଼ିତା ।
ଝାରସୁଗୁଡ଼ା ଟାଉନ ଥାନା ଅଞ୍ଚଳରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ସେ ରହୁଥିଲା। ଏହାର ସୁଯୋଗ ନେଇ ଗତ କିଛି ଦିନ ପୂର୍ବେ ଅଭିଯୁ୍କ୍ତ କୁନୁ କିଷାନ ଯୁବତୀଙ୍କୁ କୌଶଳ କ୍ରମେ ଝାରସୁଗୁଡାରୁ ରାଉରକେଲା ଡ଼ାକିନେଇ ଲାଠିକଟା ରାସ୍ତାରେ ବିଭତ୍ସ ଭାବେ ହତ୍ୟା କରିଥିଲା। ଯୁବତୀ ସମ୍ପର୍କୀୟଙ୍କ ଘରୁ ନିଖୋଜ ହେବା ପରେ ପରିବାର ଲୋକେ ଗତ ଡିସେମ୍ବର ୭ ତାରିଖରେ ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଅଭିଯୁକ୍ତ କୁନୁର ମୋବାଇଲ ଟ୍ରାକ କରି କାବୁ କରିବା ପରେ ଅଟକ ରଖିଥିଲା। ତେବେ ପଚରାଉଚରା ବେଳେ ପୁଲିସ ସାମ୍ନାରେ ଅଭିଯୁକ୍ତ କୁନୁ ହତ୍ୟାକାଣ୍ଡର ସମସ୍ତ ଘଟଣା ଓଗାଳି ଥିଲା। ଅଭିଯୁକ୍ତର ବୟାନ ଆଧାରରେ ଝାରସୁଗୁଡ଼ା ପୁଲିସ ଅଭିଯୁକ୍ତକୁ ଧରି ରାଉରକେଲାରେ ପହଞ୍ଚି ଥିଲା,ରାଉରକେଲା ପୁଲିସ ସହାୟତାରେ ବ୍ରାହ୍ମଣୀ ନଦୀରେ ଓଡ୍ରାଫ୍ଟ ଟିମ ସହାୟତାରେ ୭ ଘଣ୍ଟା ଖୋଜା ଖୋଜି କରିବା ପରେ ପାଣିରୁ ଅଖା ଭିତରେ ଥିବା ଯୁବତୀଙ୍କ ମୁଣ୍ଡ ବିହିନ ଶରୀର ମିଳିଥିଲା