ନୂଆଦିଲ୍ଲୀ/ପାଟଣା: ଓଡ଼ିଶା ନିକଟ ସମୁଦ୍ରରେ ସୃଷ୍ଟ ବାତ୍ୟା ‘ଦାନା’ର ପ୍ରଭାବ ରାଜ୍ୟ ବାହାରେ ମଧ୍ୟ ଖିବାକୁ ମିଳିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ବାତ୍ୟା ତାଣ୍ଡବ ରଚିଛି। ବିହାରର ୧୧ଟି ଜିଲ୍ଲାରେ ବର୍ଷା ଯୋଗୁଁ ପାଗ ସ୍ବାଭାବିକ ହେବା ସହ ମେଘ ଚଳାଚଳ ଆରମ୍ଭ ହୋଇଛି। ପୂର୍ଣ୍ଣିଆର ରୂପୌଲି (୧୦୧ ମିମି), କଟିହାର (୮୫ ମିମି) ସମେତ ବାଙ୍କା, ଜାମୁଇ, ଖଗରିଆ, ନଓ୍ଵାଡ଼ା, ଲଖିସରାଇ, ମଧେପୁରା, ସୁପୌଲ, ମୁଙ୍ଗେର ଏବଂ ବେଗୁସରାଇରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ପବନର ପ୍ରବାହ ଘଣ୍ଟା ପ୍ରତି ୧୦ରୁ ୨୦ କିଲୋମିଟର ରହିଥିଲା।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପାଗରେ ପରିବର୍ତ୍ତନ ଯୋଗୁଁ ପାଟନା ସମେତ ୨୯ଟି ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୨ ଡିଗ୍ରୀ ହ୍ରାସ ପାଇ ୩୧.୩ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବା ବେଳେ ପୁପ୍ରି (ସୀତାମଢି)ରେ ସର୍ବୋଚ୍ଚ ତାପମାତ୍ରା ୩୫.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ପାଟଣାସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ୨୫ରୁ ୨୬ ତାରିଖ ମଧ୍ୟରେ ପାଟନା ସମେତ ପ୍ରମୁଖ ଜିଲ୍ଲାରେ ବଜ୍ରପାତ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ପାଟନା ସମେତ ୧୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଜାମୁଇ, ଲଖିସରାଇ, ନଓ୍ଵାଡା, ବେଗୁସରାଇ, ଖଗରିଆ, କଟିହାର, ପୂର୍ଣ୍ଣିଆ, କିଶନଗଞ୍ଜ, ସମସ୍ତିପୁର, ଦରଭଙ୍ଗା, ଭାଗଲପୁର, ପାଟନା, ଅରାରିଆ, ଗୋପାଳଗଞ୍ଜ, ସହର୍ସା, ସୁପୌଲ, ମଧେପୁରା, ପୂର୍ବ ଚମ୍ପାରଣ ଓ ମୁଜାଫରପୁର।
ପାଣିପାଗରେ ପରିବର୍ତନ ଯୋଗୁଁ ଧାନ ଫସଲ ମଧ୍ୟ ନଷ୍ଟ ହେବାର ଆଶଙ୍କା କରାଯାଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସମତଳ ଅଞ୍ଚଳରେ ବାତ୍ୟା ବଢ଼ୁଥିବାରୁ ଉତ୍ତର-ପଶ୍ଚିମ ପବନ ପ୍ରଭାବରେ ଏହା ଦୁର୍ବଳ ହେବ। ଫଳରେ ବିହାର ଆସିବା ବେଳକୁ ଏହାର ପ୍ରଭାବ ବହୁ ମାତ୍ରାରେ କମିଯିବ।
ତେବେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୪୦ କିଲୋମିଟର ରହିବାର ସମ୍ଭାବନା ରହିଛି। ଝାଡ଼ଖଣ୍ଡ ସଂଲଗ୍ନ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଦକ୍ଷିଣ-କେନ୍ଦ୍ରୀୟ ଓ ପୂର୍ବ ଭାଗର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସତର୍କ ସୂଚନା ଜାରି କରାଯାଇଛି।
ବାଙ୍କାର ଚନ୍ଦନରେ ୪୨.୨ ମିମି, ଜାମୁଇର ଖଇରାରେ ୪୨.୨ ମିମି, ଖଗରିଆର ବାଲତାରାରେ ୪୧.୬ ମିମି, ଜାମୁଇର ଗଡ଼ୀରେ ୪୧ ମିମି, ଝାଝାରେ ୩୪.୬ ମିମି, ପୂର୍ଣ୍ଣିଆର ଭବାନୀପୁରରେ ୩୨.୬ ମିମି, ନଓ୍ଵାଡାର ଆକବରପୁରରେ ୨୮.୬ ମିମି, ନଓ୍ଵାଡାରେ ୨୫.୫ ମିମି, କଟିହାର ମାନସୀରେ ୨୫.୨ ମିମି, କଟିହାରର ମାନସୀରେ ୨୦.୨ ମିମି ବର୍ଷା ହୋଇଛି। ନୱାଦାର କାଉକୋଲରେ ୧୮.୨ ମିଲିମିଟର ବର୍ଷା ହୋଇଛି।
ଅଧିକ ପଢ଼ନ୍ତୁ: ଭିତରକନିକାରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ଦାନା’