ବାଂଲାଦେଶ ଉପକୂଳ ଅତିକ୍ରମ କଲା ବାତ୍ୟା ହାମୁନ୍ । ଆଜି ଭୋରରେ ବାଂଲାଦେଶ ଉପକୂଳରେ 'ଚିଟ୍ଟାଗଙ୍ଗ' ର ଦକ୍ଷିଣରେ ସ୍ଥଳଭାଗ ଅତିକ୍ରମ କରିିଥିଲା । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୮୦ ରୁ ୯୦ କିଲୋମିଟର ଥିଲା । ଏବଂ ଆଗକୁ ବଢି ଏହା ୧୦୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁଥିଲା ।ଖବର ଅନୁଯାୟୀ , ଅତି ଭୀଷଣ ଭାବେ ବାତ୍ୟା ହାମୁନ୍ ଦୁର୍ବଳ ହୋଇ ଉପକୂଳ ଆଡକୁ ଅତିକ୍ରମ କରିଛି ।
ରାତି ୧ .୩୦ ରୁ ୨ଟା ୩୦ ମଧ୍ୟରେ ଦକ୍ଷିଣ ଚିଟାଗଙ୍ଗ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା ହାମୁନ୍ । ଏହା ବାଂଲାଦେଶ ଉପକୂଳର ଚିଟ୍ଟାଗଙ୍ଗ ଦକ୍ଷିଣରେ ଥିବା ସ୍ଥଳଭାଗ ରେ ଅତିକ୍ରମ କଲାବେଳେ ପବନର ବେଗ ଘଣ୍ଟାପ୍ରତି ୮୦ ରୁ ୯୦ କିଲୋମିଟର ରହିଥିଲା । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ହାମୁନ' ଗତକାଲି ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟାର ରୂପ ନେଇ ଗତି କରୁଥିଲା । ଗତକାଲି ସମୁଦ୍ର ଭିତରେ ଅତିଭୀଷଣ ବାତ୍ୟାର ରୂପ ନେଇ 'ହାମୁନ' ଧିରେ ଧିରେ ଆଗକୁ ଗତି କରିଥିଲା । ଆଉ ଓଡିଶା ଉପକୂଳଠାରୁ ବହୁ ଦୂରରେ ଥିବା ବାଂଲାଦେଶ ଉପକୂଳ ଆଡକୁ ଗତି କରିଛି । ସନ୍ଧ୍ୟାରେ ବାଂଲାଦେଶ ଉପକୂଳ ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟବର୍ତ୍ତୀ ଅଞ୍ଚଳର ସ୍ଥଳଭାଗରେ ଛୁଇଁଥିଲା । ଉପକୂଳ ଠାରୁ ବହୁ ଦୂରରେ ଏହା ସମୁଦ୍ର ଭିତରେ ଗତି କରୁଥିଲା । ସେଥିପାଇଁ ଓଡିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା । ତେବେ ବାତ୍ୟାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାର କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି । ଓ ପାଗ ମଧ୍ୟ ମେଘୁଆ ରହିଛି । ଏପଟେ ଓଡ଼ିଶାରେ ବାତ୍ୟା ପ୍ରଭାବକୁ ନେଇ ଯେଉଁ ଆଶଙ୍କା ଥିଲା । ତାହା ସମ୍ପୂର୍ଣ୍ଣ ଭାବେ ଟଳି ଯାଇଛି । ହେଲେ ଏବେ ସମୁଦ୍ର ଅଶାନ୍ତ ଥିିବାରୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି । କେବଳ ଓଡିଶା ନୁହେଁ ଏହି ବାତ୍ୟା ଯେଉଁଠି ସ୍ଥଳଭାଗ ଛୁଇଁବ ସେଠି ବି ବିଶେଷ କିଛି କ୍ଷତି ହେବ ନାହିଁ । ଏପଟେ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଛି । କିନ୍ତୁ ଏହାର ପ୍ରଭାବରେ ବାଂଲାଦେଶ ସମେତ ମିଜୋରାମ, ଆସାମର କିଛି ଅଞ୍ଚଳ , ତ୍ରିପୁରା ଓ ମଣିପୁରରେ ମଧ୍ୟମ ଧରଣର ବର୍ଷା ହୋଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବାତ୍ୟା ‘ହାମୁନ’ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲା ରେ ବର୍ଷା ହେବ । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଅନୁଗୁଳ,ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ମଧ୍ୟମ ଧରଣର ବର୍ଷା ହୋଇଛି । ପ୍ରବଳ ବର୍ଷା ପାଇଁ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଗକୁ ପଢ଼ନ୍ତୁ :- ଭୀଷଣ ବାତ୍ୟା ରୂପ ନେଲା ‘ହାମୁନ’