ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ହାମୁନ' ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେଲା ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ବାତ୍ୟାର ଭୟ ଓଡ଼ିଶାକୁ ନାହିଁ ବାତ୍ୟା ବାଂଲାଦେଶକୁ ମୁହାଁଇବ ବୋଲି ସୂଚନା ମିଳୁଛି । ଓଡ଼ିଶାରେ ବାତ୍ୟାର ପ୍ରଭାବ କିଛି ରହିବ ନାହିଁ ଖାଲି କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ଦୁର୍ବଳ ହୋଇ କାଲି ମଧ୍ୟାହ୍ନ ସୁଦ୍ଧା ବାଂଲାଦେଶ ଉପକୂଳ ଛୁଇଁବ । ବାତ୍ୟା ‘ହାମୁନ’ ପାରାଦ୍ୱୀପ ଠାରୁ ପୂର୍ବ -ଦକ୍ଷିଣ ପୂର୍ବର ୨୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ବାତ୍ୟା ପ୍ରଭାବରେ ଉପକୂଳ ଆକାଶ ମେଘାଚ୍ଛନ ରହିବା ସହିତ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବାତ୍ୟା ‘ହାମୁନ’ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲା - ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଅନୁଗୁଳ,ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ସ୍ୱଳ୍ପ ଓ ମଧ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ମଧ୍ୟ ବାରଣ କରାଯାଇଛି । ସମସ୍ତଙ୍କୁ ସତର୍କ ରହିବା ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।
ଆଗକୁ ପଢ଼ନ୍ତୁ : ଓଡ଼ିଶାକୁ ବାତ୍ୟା ଭୟ ନାହିଁ ; ଉତ୍ତର ଉପକୂଳରେ ହାଲୁକା ବର୍ଷାର ସମ୍ଭାବନା