ସାଇବର ଠକେଇକୁ ନେଇ ଆକ୍ସନ ମୁଡ଼୍‌ରେ କଟକ ଡିସିପି, ଜାରି କଲେ ହେଲ୍ପଲାଇନ ନମ୍ବର
Khabar Odisha:Cuttack-DCP-on-axis-of-cyber-fraud-issued-helpline-number
କଟକ, ମେ ୧୫ (ଖବର ଓଡ଼ିଶା):

ରାଜ୍ୟରେ ଦିନକୁ ଦିକ ସାଇବର ଠକେଇ ବଢୁଥିବା ବେଳେ ଏହାର ଶିକାର ହେଉଛନ୍ତି ଅନେକ ସାଧାରଣ ନାଗରିକ । ଯାହାଫଳରେ ସେମାନେ ବିଭିନ୍ନ ଅସୁବିଧାରେ ପଡ଼ୁଛନ୍ତି । ତେବେ ଏହାକୁ ନେଇ ହେଲ୍ପଲାଇନ ନଂ ଜାରି କରିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ନଂ ହେଉଛି ପିଟି ଗଣେଶ- ୮୮୯୫୮୧୨୩୦୪ ଏବଂ ଅନିଲ ଦାଶ- ୭୩୨୮୦୭୭୧୪୪। ଏହି ନଂରେ ତାଙ୍କର ଅଭିଯୋଗ ଦାଖଲ କରି ଖୁବ୍ ଶୀଘ୍ର ସମାଧାନ ପାଇ ପାରିବେ ଏବଂ ଠକମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।

ସିଟି ପୋଲିସ ପକ୍ଷରୁ ସାଇବର ହେଲ୍ପଡେସ୍କର ମଧ୍ୟ ପରିଚାଳନା କରାଯାଉଛି। ତେବେ ସାଇବର ଅପରାଧର ଶିକାର ହୋଇଥିବା ବ୍ୟକ୍ତିମାନେ ୧୦୦ ଏବଂ ୧୧୨ ଡାଏଲ କରି ପୋଲିସର ସହାୟତା ଲୋଡିପାରିବେ।

  • Tags:

Subscribe

National International State Sports Entertainment