୯୬୦ ବୋତଲ କଫ ସିରଫ ଜବତ ଦୁଇ ଗିରଫ । ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ବୋଟିଙ୍ଗ କ୍ଳବ ନିକଟରେ ଏକ କାର ମଧ୍ୟରୁ ପ୍ରାୟ ୯୬୦ ବୋତଲ ବେଆଇନ କଫସିରଫକୁ ଜବତ କରିଛି ଟାଉନ ପୋଲିସ । ସୂଚନା ଅନୁସାରେ, ମଙ୍ଗଳବାର ଟାଉନ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଏକ କାର ଉପରେ ଚଢ଼ାଉ କରି ୮ ଗୋଟି ପେଟିରେ ଥିବା ୯୬୦ ବୋତଲ କଫସିରଫ, ୨ ମୋବାଇଲ ଫୋନ ସହ ନଗଦ ଟଙ୍କାକୁ ଜବତ କରିଛି । ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି । ତେବେ ଏହି କଫସିରଫ କେଉଁ ସ୍ଥାନକୁ ଚୋରାଚାଲାଣ ହେଉଥିଲା ଓ ସେଥିରେ ଆଉ କାହାର ସଂପୃକ୍ତି ଅଛି ସେନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି ।