ଆଠଗଡ଼ : କଥାରେ ଅଛି ଶ୍ରବଣ ମାସରେ ମହାଦେବଙ୍କୁ ଜଳ ଲାଗି କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ତେଣୁ ଏହି ମାସରେ ହଜାର ହଜାର କାଉଡିଆ ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଜଳ ଲାଗି କରିଥାନ୍ତି। ତେବେ ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ତେଣୁ ବାବା ଧବଳେଶ୍ବରଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ରାତି ଗୋଟାଏରେ ପହଡ଼ ଖୋଲା ଯାଇ ବାବା ଧବଳେଶ୍ବରଙ୍କ ନିକଟରେ ସମସ୍ତ ନୀତିକାନ୍ତି କରାଯାଇଥିଲା। ଏହାପରେ କାଉଡିଆ ଶ୍ରଦ୍ଧାଳୁମାନେ ପ୍ରଭୁ ଧବଳେଶ୍ଵରଙ୍କୁ ଦର୍ଶନ କରି ତାଙ୍କ ପାଖରେ ଜଳ ଲାଗି କରିଛନ୍ତି।
ତେବେ ଆଜି ଦ୍ୱିତୀୟ ଷୋମବାର ଥିବାରୁ ବ୍ରହ୍ମ ମୂହର୍ତ୍ତରେ ପୂଜାର୍ଚ୍ଚନା ପରେ ବାବାଙ୍କ ନିକଟରେ କାଉଡ଼ିଆମାନେ ନିଜ ନିଜ ମାନସିକ ଜଳ ଲାଗି କରିଥିଲେ। ପ୍ରତ୍ୟକଟି ଭକ୍ତ ଶୃଙ୍ଖଳିତ ଭାବରେ ଧାଡିରେ ଠିଆ ହୋଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରରେ ବ୍ୟାରିକେଡ ଲଗାଯାଇଛି। ଏପରିକି ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ସାଢେ ୪ ପ୍ଲାଟୁନ ଫୋର୍ସ, ଜଣେ ଏଏସ୍ସି, ୩ ଜଣ ଡିଏସ୍ପିଙ୍କ ସମେତ ୨୦ ଜଣ ଅଫିସର ମୁତୟନ ହୋଇଛନ୍ତି। ଏହାସହ ପ୍ରତ୍ୟକ ସ୍ଥାନକୁ ମଧ୍ୟ ନଜର ରଖାଯାଇଛି।