ପୁରୀ: ଆଜି ମହାପ୍ରଭୁଙ୍କର ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରର ବେହରଣ ଦ୍ବାରା ନିକଟ ଭିତର କାଠ ନିକଟରେ କେହି ଭକ୍ତ ବାନ୍ତି କରିଦେଇଥିବାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ବଡ ମହାସ୍ନାନ ନୀତି ହୋଇଛି । ପରମ୍ପରା ଅନୁଯାୟୀ ଚୂନପାଣି ପଡ଼ି ସୌଧ କରାଯିବା ପରେ ମହାପ୍ରଭୁଙ୍କ ଏହି ନୀତି କରାଯାଇଛି । ଫଳରେ ସାଧାରଣ ଦର୍ଶନ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବନ୍ଦ ରହିଥିଲା । ବଡ ମହାସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି । ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରି ରହିଥିଲେ ।
ସୂଚନା ଅନୁସାରେ ଅବକାଶ ନୀତି ପରେ ରୋଷ ହୋମ ଏବଂ ମହାପ୍ରଭୁ ବେଶ ନୀତି ସଂପନ୍ନ ହୋଇଥିଲା । ତେବେ ଏହି ସମୟରେ କେହି ଜଣେ ଭକ୍ତ ଭିତର କାଠ ନିକଟରେ ବାନ୍ତି କରିଦେଇଥିବା ସେବାୟତ ଦେଖିଥିଲେ । ପରେ ମହାପ୍ରଭୁଙ୍କ ନୀତି ବନ୍ଦ କରାଯାଇ ମହାସ୍ନାନ ନୀତି ହୋଇଥିଲା ।