ଢେଙ୍କାନାଳ: ଅଧା ରହିଗଲା ଡାକ୍ତର ହେବାର ସ୍ୱପ୍ନ । ଡାକ୍ତର ହେବାକୁ ଯାଇ ଶବ ହୋଇ ଫେରିଲେ । ବିହାର ପାଟନା ଏମସ୍ ରେ ପ୍ରଥମ ବର୍ଷ ଡାକ୍ତର ପିଜି ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ସବୁଠି ଶୋକର ଛାୟା ଖେଳାଇଦେଇଛି । ମୃତକ ଛାତ୍ର ହେଉଛନ୍ତି ଯାଦବେନ୍ଦ୍ର ସାହୁ।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବୈଦ୍ୟକାଟେଣୀ ଗ୍ରାମର ଯାଦବେନ୍ଦ୍ର ସାହୁ ବ୍ରହ୍ମପୁରର MKCG ମେଡିକାଲ କଲେଜରେ MBBS ପଢ଼ା ଶେଷ କରି ବିହାର ପାଟନାରେ ପିଜି କରୁଥିଲେ । ଗତକାଲି ତାଙ୍କ ମୃତଦେହ ସନ୍ଦେହ ଜନକ ଭାବେ ମେଡିକାଲ ହଷ୍ଟେଲରୁ ଉଦ୍ଧାର କରାଯାଇଛି । ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । କିନ୍ତୁ ମେଡିକାଲ୍ ପକ୍ଷରୁ ଏହା ଜୀବନ ହାରିବା କୁହା ଯାଉଥିବା ଯାଦବେନ୍ଦ୍ରଙ୍କ ମାଆ କହିଛନ୍ତି । ଦୀର୍ଘ ବର୍ଷ ହେବ ଯାଦବେନ୍ଦ୍ର ଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ମାଆ ସିତାରାଣୀ ସାହୁ ଦୁଇ ପୁଅଙ୍କୁ ବହୁ କଷ୍ଟରେ ପାଠ ପଢ଼ାଇ ଆସୁଥିଲେ। ପୁଅର ମୃତ୍ୟୁ ପରେ ଗାଁରେ ଶୋକରେ ଛାୟା ଖେଳିଯାଇଛି।