ଛତିଶଗଡ଼: ପୁଣି ସୀମା ପାର କଲା ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନ୍ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ଅତି ନିର୍ମମ ହତ୍ୟା କଲେ ମାଓବାଦୀ। ଏପରି ଏକ ବର୍ବର ହତ୍ୟାକାଣ୍ଡ ଛତିଶଗଡ଼ ବିଜାପୁର ଜିଲ୍ଲାର ତର୍ରେମ ଥାନା ଛଟୁବାଇ ଓ ବଡେ ତର୍ରେମ ଗାଁରେ ଘଟିଛି । ଦୁଇ ମୃତକ ଛୁଟବାଇ ଗାଁର ଯୋଗା କୱାସୀ ଓ ବଡେ ତର୍ରେମ ଗାଁର ମଙ୍ଗଲୁ କୁରସମ। ପୋଲିସ ଇନ୍ଫର୍ମର ସନ୍ଦେହରେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ହତ୍ୟା କରିଥିଲେ ।
ମାଓବାଦୀଙ୍କ ହିଂସାତ୍ମକ ଓ ବର୍ବର କାଣ୍ଡ ବଢ଼ିବାରେ ଲାଗିଛି । ମାଓବାଦୀମାନଙ୍କର ହିଂସାତ୍ମକ ଯୋଜନାକୁ ପଣ୍ଡ କରିବା ପାଇଁ ସୀମାନ୍ତରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ମଧ୍ୟ କରୁଛନ୍ତି । ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂଘଭୂମ ଓ ସଡ଼େଇକଲା-ଖରସୂଆଁ ଅଞ୍ଚଳରୁ ସୁରକ୍ଷାବାହିନୀ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲେ ।