ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଦୁର୍ଗୀ ସ୍ଥିତ କସ୍ତୁରବା ଗାନ୍ଧି ଆବସିକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।
ଛାତ୍ରୀଜଣକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବିଷମକଟକ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ଘଟିଛି । ମୃତ ଛାତ୍ରୀଜଣକ ହେଲେ ଲାଞ୍ଜିମପଦର ଗ୍ରାମର ପୂର୍ଣ୍ଣ ଗାଂଟାଙ୍କ ଝିଅ ଭୂମିକା ଗାଂଟା(୧୭)।
ସୂଚନା ଅନୁଯାୟୀ ଦୁଇ ଦିନ ହେବ ତାଙ୍କୁ ଜ୍ୱର ହୋଇଥିଲା। ହଷ୍ଟେଲ ୱାଡର୍ନ ତାଙ୍କୁ ଦୁର୍ଗୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ଛାତ୍ରାବାସକୁ ଫେରାଇ ଆଣିଥିଲେ। ହେଲେ ଗତକାଲି ଗୁରୁବାର ରାତିରେ ଭୂମିକାଙ୍କୁ ଝାଡା ସାଙ୍ଗକୁ ବାନ୍ତି ହୋଇଥିଲା। ପୁଣିଥରେ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଭୂମିକାଙ୍କ ପିତାମାତାଙ୍କୁ ଜଣାଇ ଥିଲେ। ପରିବାର ଲୋକେ ପହଞ୍ଚି ଭୂମିକାଙ୍କୁ ବିଷମକଟକ ଖ୍ରୀଷ୍ଟିଆନ୍ ହସ୍ପପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରେ ଆଜି ତାଙ୍କର ମୃତ୍ୟୂ ଘଟିଛି। ଛାତ୍ରାବାସ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଭୂମିକାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।