ଢେଙ୍କାନାଳ : ଶ୍ରେଣୀ ଗୃହରେ ଅଣନିଃଶ୍ବାସୀ ହୋଇ ପଡିଲେ ଛଅଜଣ ଛାତ୍ରୀ । ଅସୁସ୍ଥ ଅବସ୍ଥାରେ ହସ୍ପିଟାଲରେ ହେଲେ ଭର୍ତ୍ତି ।ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୬ ଜଣ ଛାତ୍ରୀଙ୍କୁ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।
ସୂଚନା ଅନୁଯାୟୀ କ୍ଲାସ ରୁମରେ ୭୨ ଜଣ ଛାତ୍ରଛାତ୍ରୀ ବସିଥିଲେ । କିନ୍ତୁ ସଂମ୍ପୃକ୍ତ ରୁମରେ ଅତିବେଶୀରେ ୪୦ ରୁ ୫୦ ଜଣ ଛାତ୍ରଛାତ୍ରୀ ବସିପାରିବେ । ତେଣୁ ଛୋଟ କ୍ଲାସ ରୁମରେ ଅଧିକ ଛାତ୍ରଛାତ୍ରୀ ବସୁଥିବାରୁ ଭେଣ୍ଟିଲେସନ ହୋଇପାରିନଥିଲା ଯାହା ଫଳରେ ଛାତ୍ରୀ ମାନେ ଅଣନିଃଶ୍ବାସୀ ହୋଇପଡିଥିବା କୁହାଯାଉଛି। ଅସୁସ୍ଥ ହେବାର ମୁଖ୍ୟ କାରଣ ହୋଉଛି ଭେଣ୍ଟିଲେସନ l ଏପଟେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଛାତ୍ରୀ ମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ମାନସିକ ସ୍ତରର ଦୁର୍ବଳ ହୋଇ ଏଭଳି ହୋଇଥାଇପାରେ । ଘଟଣାସ୍ଥଳରେ ଗଁନ୍ଦିଆ ତହସିଲଦାର ପହଞ୍ଚିଛନ୍ତି ।