ରାୟଗଡ଼ ଜିଲ୍ଲା କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନୈକ ଅନୁସୂଚିତ ଜାତିର ଠିକା କର୍ମଚାରୀ କୈଳାଶ ଚନ୍ଦ୍ର ମାଝୀ ଉକ୍ତ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକାରୀ ନେତ୍ରାନନ୍ଦ ନାୟକଙ୍କ ବିରୁଦ୍ଧରେ ପ୍ରତାରଣା ଅଭିଯୋଗ ଆଣିଛନ୍ତି । ତାଙ୍କୁ କାର୍ଯ୍ୟରୁ ନିବୃତ୍ତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ସେ ଏହି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ବହୁ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ ତାଙ୍କୁ ଏଭଳି ପ୍ରତାରଣା ଗତ ଦୁଇ ବର୍ଷ ହେଲା କରି ଆସୁଥିବା ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।
ଏ ନେଇ ଶ୍ରୀ ମାଝୀ ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଲାଲମୋହନ ରାଉତ ରାୟଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ମାଝୀ ଖବର ଓଡ଼ିଶାକୁ ସ୍ଵତନ୍ତ୍ର ଭାବେ କହିଛନ୍ତି ଯେ ଏହି ପ୍ରତାରଣା ୨ ବର୍ଷ ପୂର୍ବରୁ ସେ କରୁଥିବା ସହ ଏ ନେଇ ପୁର୍ବରୁ ମଧ୍ୟ ଅଭିଯୋଗ କରିଥିବା ଜଣାଇଛନ୍ତି । ଏହାର କାରଣ ସେ କହିଛନ୍ତି ଯେ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶ୍ରୀ ନାୟକ ମଦ ଆଣିବାକୁ କହିଥିଲେ କିନ୍ତୁ ଶ୍ରୀ ମାଝୀ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କ ପ୍ରତି ଏଭଳି ପ୍ରତାରଣା ଦେଇଥିବା ଅଭିଯୋଗ କରିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ଶ୍ରୀ ନାୟକ କାର୍ଯ୍ୟରତ ସମୟରେ ମଦ୍ୟପାନ କରନ୍ତି । ଏହି ଘଟଣାକୁ ନେଇ ଆମେ ଯେତେବେଳେ ଜିଲ୍ଲା ଚିକିତ୍ସାଧିକାରୀ ଶ୍ରୀ ରାଉତ ରାୟଙ୍କୁ ପଚାରିବାରୁ ସେ ଏ ନେଇ ଘଟଣାର ଅନୁସନ୍ଧାନ କରି ସୂଚନା ଦେବେ ବୋଲି କହିଛନ୍ତି ।