ପୋଲିସକୁ ଖୋଲାଖୋଲି ଚାଲେଞ୍ଜ ,ଇ˚ଜିନିୟର ଓ ତାଙ୍କ ପତ୍ନୀଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍ କରି ଗୋଡ଼ାଇ ହାଣିଲେ ଦୁବୁର୍ତ୍ତ
Khabar Odisha:Challenging-police-looting-gold-jewelery-from-the-engineer-and-his-wife
କଟକ, ଏପ୍ରିଲ ୦୮ (ଖବର ଓଡ଼ିଶା):

କଟକରେ ଦିନ ଦି’ପହରରେ ପୋଲିସ୍ କୁ ଚାଲେଞ୍ଜ କରି ଲୋକଙ୍କ ଠାରୁ ଲୁଟ୍ କରୁଛନ୍ତି ଦୁବୁର୍ତ୍ତ । ଆଜି ସକାଳ ପ୍ରାୟ ୭ଟା ୪୦ସମୟରେ କଟକ ସିଡିଏ ସେକ୍ଟର ୧୦ସ୍ଥିତ ୩ ଜଣିଆ ଲୁଟେରା ଦଳ ଏକ କଳା ରଙ୍ଗର ପଲସର‌ ବାଇକ୍‌ରେ ଆସି ଜଣେ ସଫ୍ଟଓୟାର‌ ଇ˚ଜିନିୟର ଓ ତାଙ୍କ ପତ୍ନୀଙ୍କୁ ଭୁଜାଲିରେ ଗୋଡ଼ାଇ ହାଣି ୧ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ।

ସୁଚନା ଅନୁସାରେ ପୁଣେରେ ସଫ୍ଟୱୟାର ଇ˚ଜିନିୟର ଥିବା ହରେକୃଷ୍ଣ ପରିଡ଼ା ତାଙ୍କ ସ୍ତ୍ରୀ ପ୍ରଜ୍ଞା ସରସ୍ବତୀଙ୍କ  ଠାରୁ ପାଖରେ ଥିବା ଫୁଟବଲ ପଡ଼ିଆ ନିକଟରେ ଦୁବୁର୍ତ୍ତମାନେ ତାଙ୍କ ସ୍ତ୍ରୀ ପ୍ରଜ୍ଞାଙ୍କ ବେକରେ ଭୁଜାଲି ଲଗାଇଥିଲେ ଏବଂ ଆଉ ଜଣେ ହରେକୃଷ୍ଣଙ୍କ ବେକରେ ଭୁଜାଲି ଲଗାଇବାରୁ ସେ ଭୟରେ ଦୌଡ଼ିଥିଲେ। ଏହା ଦେଖି ଭୁଜାଲି ଓ କଟୁରିରେ ଦୁର୍ବୃତ୍ତମାନେ ହରେକୃଷ୍ଣଙ୍କ ବାମ ହାତ ଓ ଗୋଡ଼କୁ ଗୋଡ଼ାଇ ଗୋଡ଼ାଇ ରାସ୍ତାରେ ହାଣିଥିଲେ।

ପ୍ରଜ୍ଞା ବି ଦୁର୍ବୃତ୍ତଙ୍କ ଆକ୍ରମଣରେ ତଳେ ପଡ଼ି ଆହତ ହୋଇଥିଲେ। ଏହି ଘଟଣାରେ ହରେକୃଷ୍ଣ ଗୁରୁତର ଆହତ ଅବସ୍ଥାରେ ବାଲିକୁଦାସ୍ଥିତ ଏକ ଘରୋଇ ହସପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଜାରୀ ରଖିଛି 

  • Tags:

Subscribe

National International State Sports Entertainment