ରେଡ଼ିଓ ଆଉଟରିଚର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ ପାଳନ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାର କମ୍ୟୁନିଟି ରେଡ଼ିଓ ସେଣ୍ଟର ରେଡ଼ିଓ ଆଉଟରିଚ ୯୦.୮ ଏଫଏମର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ରେଡ଼ିଓ ଆଉଟରିଚର ପ୍ରତିଷ୍ଠାତା ସୁଵତ୍ର କୁମାର ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୌମ୍ୟ ରଂଜନ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ,ରେଡ଼ିଓ ନମସ୍କାରର ପ୍ରତିଷ୍ଠାତା ଅନସାରି ଯୋଗ ଦେଇ କମ୍ୟୁନିଟି ରେଡ଼ିଓର ଆଵଶ୍ୟକତା ଉପରେ ଆଲୋକପାତ କରିଥିଲେ।