ମହାମହିମଙ୍କ ଗସ୍ତ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଞ୍ଚିରୁ ଖିଚିଂ ଆସିବେ ତାପରେ ରାଇରଂଗପୁର ଗସ୍ତ କରିବେ । ୪ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିବା ପାଇଁ ସୂଚନା ଦିଆଯାଇଛି ।
ବିମାନ ବନ୍ଦରରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ସାହାଯ୍ୟରେ ରାଷ୍ଟ୍ରପତି ମୟୂରଭଂଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ଜିଲ୍ଲା ଗସ୍ତ କରିବେ । କମିଶନରେଟ୍ ପୋଲିସ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରିଛନ୍ତି । ରାଷ୍ଟ୍ରପତିଙ୍କ ୪ ଦିନିଆ ଓଡ଼ିଶା ଗସ୍ତ ଥିବାବେଳେ ଆଜି କାରକେଡ୍ ରିହର୍ସାଲ ହେବ । କମିଶନରେଟ୍ ପୋଲିସଙ୍କ ଅଧ୍ୟକ୍ଷତାରେ ରିହର୍ସାଲ କାର୍ଯ୍ୟ କରାଯିବ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଦିନ ଠାରୁ ଆରମ୍ଭ କରି ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।