ଆଜି ବାତିଲ ହେଲା ଏଲଏଲବି ର ଷଷ୍ଠ ସେମିଷ୍ଟର ପରୀକ୍ଷା। ଆଉଟ୍ ଅଫ୍ ସିଲାବସ୍ ପ୍ରଶ୍ନପତ୍ର ପଡ଼ିବରୁ ପରୀକ୍ଷା ବାତିଲ ହୋଇଛି । ଏପରିକି ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିଯିବା ସହିତ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୮ଟି କଲେଜରେ ପରୀକ୍ଷା ବାତିଲ କରିଛନ୍ତି।
ସୂଚନା ଅନୁସାରେ, ଆଜି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଅଧୀନରେ ଥିବା ୨୮ଟି କଲେଜରେ ଷଷ୍ଠ ସେମିଷ୍ଟର ପରୀକ୍ଷା ବାତିଲ ହୋଇଛି। ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ହଲ ଭିତରେ ପ୍ରବେଶ କରି ପ୍ରଶ୍ନପତ୍ର ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇପଡିଥିଲେ। ଛାତ୍ରଛାତ୍ରୀ ପଢ଼ୁଥିବା କୋର୍ସର ସେହି ପ୍ରଶ୍ନ ନଥିବା ବେଳେ ଆଉଟ୍ ଅଫ୍ ସିଲାବସରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ। ଏହାପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା। ଏପରିକି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ନାହିଁ ବୋଲି ନାରା ଦେଇଥିଲେ। ତେଣୁ ଏହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତର ସହ ନେଇ ଆଜିର ପରୀକ୍ଷାକୁ ବାତିଲ କରିଦେଇଛନ୍ତି। ଏପରିକି ଏହାପରେ କେଉଁଦିନ ପରୀକ୍ଷା କରାଯିବ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।