ବଲାଙ୍ଗିର : ଗିରଫ ହେଲେ କୁବେର ସିଏସଓ ସୁରେଶ କୁମାର ପାଣିଗ୍ରାହୀ । ଆୟଠାରୁ ଅଧିକ ୨୮୦ ପ୍ରତିଶତ ସଂମ୍ପତ୍ତି ଠୁଳ କରିଛନ୍ତି ସୋନପୁରର ଏହି କୁବେର ସିଏସଓ। ଗତକାଲି ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ,ସୋନପୁର,ବଲାଙ୍ଗିର ଓ ଭୁବନେଶ୍ବର ସମେତ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ୧ କୋଟି ୭୨ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ,ବ୍ୟାଙ୍କ ଇନସ୍ୟୁରାନ୍ସ, ବ୍ୟାଙ୍କବାଲାନ୍ସ ରହିଛି। ପ୍ରାୟ ୮ ଲକ୍ଷ ଟଙ୍କାର ସୁନାଗହଣା,ଘରୁ ନଗଦ ୧ଲକ୍ଷ ୪୯ ହଜାର ଜବତ ହୋଇଛି। ଏହାସହ ବରଗଡ ବିଜେପୁରରେ ଥିବା ୪ ଏକର ଫାର୍ମହାଉସ ଠାବ ହୋଇଛି। ବଲାଙ୍ଗିର ଏସବିଆଇ ବ୍ୟାଙ୍କରେ ଏକ ଲକର ମଧ୍ୟ ରହିଛି ଏହି କୁବେର ସିଏସଓଙ୍କ ନାମରେ। ତେବେ ଏତେ ଟଙ୍କାର ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ତାବୁଜ ହୋଇଥିଲେ।
ସୂଚନା ଯୋଗ୍ୟ ସିଏସଓ ସୁରେଶ କୁମାର ପାଣିଗ୍ରାହୀ ସୋନପୁରରେ ୧୯୯୪ ମସିହାରେ ଯୋଗାଣ ବିଭାଗରେ ଇନିସ୍ପେକଟର ଭାବେ ଚାକିରି ଆରମ୍ଭ କରିଥିଲେ । ସମାନ ପୋଷ୍ଟରେ ସମ୍ବଲପୁର,ବରଗଡ,ନୂଆପଡା ଓ ବଲାଙ୍ଗିରରେ ଚାକିରି କରିଥିଲେ। ବଲାଙ୍ଗିରରେ ୨୦୧୨ ମସିହାରେ ପଦୋନ୍ନତି ପାଇ ଏସିଏସଓ ହୋଇଥିଲେ। ପରେ ୨୦୨୦ ମସିହାରେ କଲାହାଣ୍ଡି ଜିଲ୍ଲାରେ ସିଏସଓ ଭାବେ କାର୍ଯ୍ୟ କରିଥିଲେ। ପରେ ବର୍ଷେ ପରେ ୨୦୨୧ମସିହାରୁ ସୋନପୁର ଜିଲ୍ଲାରେ ସିଏସଓ ଭାବେ କାର୍ଯ୍ୟକରୁଥିଲେ। ତାଙ୍କର ସଂମ୍ପୁର୍ଣ୍ଣ ୧୯ଟି ପ୍ଲଟ ରହିଛି ସେଥିରୁ ୩ଟି ଭୁବନେଶ୍ବରରେ , ସମ୍ବଲପୁରରେ ୪ଟି ପ୍ଲଟ ରହିଛି। ସେହିପରି ୧୦ଟି ପ୍ଲଟ ବିଜେପୁରରେ ରହିଛି। ବରଗଡ ଓ ବଲାଙ୍ଗିରରେ ଗୋଟିଏ ଗୋଟିଏ ପ୍ଲଟ ଠାବ ହୋଇଛି। ଏହାସହ ତାଙ୍କ ଭାଇଙ୍କ ନାମରେ ଏକ ପେଟ୍ରୋଲ ପମ୍ପ,ଗୋଟିଏ ଫ୍ଲାଏଆସ ଇଟା ଫେକ୍ଟରୀ ମଧ୍ୟ ରହିଛି। ମୋଟ ଉପରେ ଆୟଠାରୁ ୨୮୦ ପ୍ରତିଶତ ଆୟବର୍ହିଭୁତ ସଂମ୍ପତ୍ତି ଥିବା ଜଣାପଡିଛି।