ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର। ଗତକାଲି ଖରସ୍ରୋତା ନଦୀରେ ଦୁଇ ଭାଇ ଗାଧୋଇବା ସମୟରେ ବୁଡି ନିଖୋଜ ହୋଇଯାଥିଲେ। ଖବରପାଇ ଅଗ୍ନିଶମ ବାହିନୀ ନଦୀ ନିକଟରେ ପହଂଚି ଖୋଜାଖୋଜି ଜାରି ରଖିଥିଲା। ତେବେ ଆଜି ସକାଳେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ନଦୀରୁ ବଡ଼ ଭାଇର ମୃତଦେହ ଉଦ୍ଧାର କରିଛନ୍ତି। ତେଣୁ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
ସୂଚନା ଅନୁସାରେ, ଗତକାଲି ଯାଜପୁର ରୋଡ୍ ଥାନା ଯୋକଡ଼ିଆ ସ୍ଥିତ ଖରସ୍ରୋତା ନଦୀକୁ ଦୁଇଭାଇ ଗାଧେଇବାକୁ ଯାଇଥିଲେ। ଗାଧେଇବା ବେଳେ ବଡ ଭାଇର ଗୋଡ ଖସିଯିବାରୁ ସେ ନଦୀରେ ବୁଡି ଯାଇଥିଲା। ଏହାପରେ ଭାଇକୁ ବଞ୍ଚାଇବା ପାଇଁ ସାନ ଭାଇ ପ୍ରୟାସ କଲା ବେଳେ ସେ ମଧ୍ୟ ନଦୀରେ ବୁଡି ଯାଇଥିଲା। ତେଣୁ ଦୁଇଜଣଙ୍କର କୌଣସି ପତ୍ତା ମିଳିନଥିଲା। ଖବରପାଇ ଅଗ୍ନିଶମ ବାହିନୀ ନଦୀ ନିକଟରେ ପହଂଚି ଖୋଜାଖୋଜି ଜାରି ରଖିଥିଲା। ତେବେ ଆଜି ସକାଳେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ନଦୀରୁ ବଡ଼ ଭାଇର ମୃତଦେହ ଉଦ୍ଧାର କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ସାନ ଭାଇର କୌଣସି ପତ୍ତା ମିଳିନାହିଁ। ତେଣୁ ଅଗ୍ନିଶମ ବାହିନୀ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଖୋଜାଖୋଜି ଜାରି ରଖିଛନ୍ତି।