କଟକ : କଟକରେ କଳାଧନ ସମ୍ପର୍କିତ SIT ବୈଠକ । ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବୈଠକ। ବୈଠକରେ ଯୋଗ ଦେବା ପାଇଁ ପହଞ୍ଚିଲେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ, ସିବିଡିଟି ଅଧ୍ୟକ୍ଷ ରବି ଅଗ୍ରୱାଲ, DGGI (GST DG Inteligence) ଅନିଲ ଗୁପ୍ତା, ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମଦ, ସିଟି ଜିଏସଟି ଓ କଷ୍ଟମ ଅଧିକାରୀ, ବିଦ୍ୟାଧର ଏନ ଥେଟେ DGGI (BBSR ZONAL UNIT) । ଆୟକର ବିଭାଗ ଅଧିକାରୀ ମଧ୍ୟ ପହଞ୍ଚିଛନ୍ତି । ଭିଜିଲାନ୍ସ ଜାଲରେ ପଡି ଥିବା 20 ଜଣ ଅଧିକାରୀଙ୍କ ତଥ୍ୟ ଦାଖଲ କରିବ ଭିଜିଲାନ୍ସ । ରେଡ ହୋଇ ଥିବା ବଡ଼ ବାବୁ ମାନଙ୍କ ତଥ୍ୟ ମାଗିଥିଲେ SIT । ଭୁବନେଶ୍ୱର ବିମାନବନ୍ଦରରୁ ସୁନା ରୁପା ଜବତ ହେବା ମାମଲାରେ ତଥ୍ୟ ରଖିବ GST ।
ଆଗକୁ ପଢ଼ନ୍ତୁ : ଜୀବନ ନେଉଛି ପାଇଖାନା ଟାଙ୍କି, ପୁଣି ୨ ଶ୍ରମିକଙ୍କ ମୃତ୍ୟୁ