ଭୁବନେଶ୍ୱର: ରାସନକାର୍ଡ ହିତାଧିକାରୀଙ୍କୁ ମିଳିପାରେ ଖୁସିର ଖବର । ହିତାଧିକାରୀଙ୍କୁ ଅଧିକ ୫ କେଜି ଚାଉଳ ଦେବାକୁ ବିଚାର କରୁଛନ୍ତି ରାଜ୍ୟ ସରକାର । ଏ ନେଇ ବୁଧବାର ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ମନ୍ତ୍ରୀ କହିଛନ୍ତି, ଚୂଡାନ୍ତ ନିଷ୍ପତ୍ତି ହୋଇନି । ଏ ବିଷୟରେ ଚିନ୍ତା କରାଯାଉଛି । ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ । ରାଜ୍ୟର ସମସ୍ତ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଅଧିକ ୫ କେଜି ଚାଉଳ ଦେବାକୁ ଚିନ୍ତା କରାଯାଉଛି । ଅଧିକରୁ ଅଧିକ ଗରିବ ଲୋକ କେମିତି ଅଧିକ ଚାଉଳ ପାଇବେ ସେ ନେଇ ସରକାର ଚେଷ୍ଟା ଚଳାଇଛନ୍ତି । ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଏ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ସଂପ୍ରତି ଧାର୍ଯ୍ୟ ଲକ୍ଷ୍ୟଠୁ ଅଧିକ ପରିମାଣରେ ଚାଉଳ ମହଜୁଦ ରହିଛି । ଏମଏସପି ୩୧୦୦ ଟଙ୍କା ମିଳୁଥିବାରୁ ଅଧିକରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି । ସେହି ହିସାବରେ ଧାନ ସଂଗ୍ରହ କରାଯାଉଛି । ତେଣୁ ଗୋଦାମ ଗୃହରେ ଅଧିକ ଧାନ କିମ୍ବା ଚାଉଳ ରଖିବା ପାଇଁ ସ୍ଥାନର ଅଭାବ ରହିଛି । ତେଣୁ ଏହି ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ହିତାଧିକାରୀଙ୍କୁ ଅଧିକ ଚାଉଳ ଦେବାକୁ ବିଚାର କରୁଛନ୍ତି ।
Also read: ନୂଆପଡ଼ା ଫାଇଟ୍: ଜୟ ଢୋଲକିଆ ବିଜେପି ପ୍ରାର୍ଥୀ