ଚାଲିଛି ନବରାତ୍ରୀ। ରାଜ୍ଯର ସମସ୍ତ ଦେବୀ ପୀଠରେ ଷୋଡଶ ଦିନାତ୍ମକ ପୂଜା ଚାଲିଥିବା ବେଳେ କଟକ ର ଅଧିଷ୍ଠାତ୍ରୀ ଦେବୀ ମା ଗଡ଼ଚଣ୍ଡୀଙ୍କ ପୀଠରେ ମଧ୍ଯ ପୂଜା ଚାଲିଛି। ଏହି ଦେବୀପୀଠ ୧୦୦୦ ବର୍ଷ ରୁ ଅଧିକ ହେବ ଅବସ୍ଥାପିତ ହୋଇଛି। ଆଜି ମା' ଭକ୍ତ ମାନଙ୍କୁ ବନ ଦୁର୍ଗା ବେଶରେ ଦର୍ଶନ ଦେଇଛନ୍ତି। ଯାହାକୁ ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି।
କିମ୍ବଦନ୍ତୀ ରହିଛି ଯେତେବେଳେ ମୁକୁନ୍ଦଦେବ ଉତ୍କଳର ରାଜା ଥିଲେ ସେତେବେଳେ ଅବଜଲ୍ ଖାଁ ବାରମ୍ବାର କଟକ କୁ ଆକ୍ରମଣ କରି ଏହାର ଐତିହ କୁ ନଷ୍ଟ କରିଥିଲା ଯାହାଫଳରେ ରାଜା ଗଡ଼ ଭିତରେ ଥିବା ଏହି ମା ଙ୍କ ଶରଣାପନ୍ନ ହୋଇଥିଲେ ଓ ମାଙ୍କୁ ଏଠାରେ ପ୍ରକୋପ ଓ ଶକ୍ତି ଏତେ ଥିଲା ଯେ ମା ଏହି ଗଡ଼କୁ ରକ୍ଷା କରିଥିଲେ ଏବଂ ସେହିଦିନ ଠାରୁ ମା ଙ୍କ ନା ଗଡଚଣ୍ଡି ଭାବେ ନାମିତ । ମା' ଗଡଚଣ୍ଡୀଙ୍କ ସାନିଧ୍ୟ ଲାଭ କରିବା ପାଇଁ କାହିଁ କେଉଁଠାରୁ ଭକ୍ତ ମାନେ ମା ପାଖକୁ ଆସିଥାନ୍ତି।