ସମ୍ପୂର୍ଣ ହୋଇଛି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ତିନିଠାକୁର। ଏନେଇ ପ୍ରଥମେ ମହାପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଥିଲା ଜଗନ୍ନାଥ, ବଳଭଦ୍ର, ମାତା ସୁଭଦ୍ରାଙ୍କ ରଥାରୂଢ । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ସାରସକଣା ସାରସକ୍ଷେତ୍ର । ଶ୍ରୀମନ୍ଦିର ଅଭିମୁଖେ ହଜାର ହଜାର ଭକ୍ତଙ୍କ ଗହଣରେ ଠାକୁରଙ୍କ ରଥଟଣା ଆରମ୍ଭ ହୋଇଥିଲା । ସାରସକ୍ଷେତ୍ର ଓ ଶୂନ୍ୟ ମାଧବ କ୍ଷେତ୍ରର ବଡ଼ଦାଣ୍ଡ ଲୋକାରଣ୍ୟ ଭିତରେ ୩ ଠାକୁରଙ୍କୁ ରଥରେ ଦର୍ଶନ କରି ଭାବ ବିହ୍ୱଳ ଆଜି ଭକ୍ତ ।ଏ ଦୁର୍ଲଭ ଦର୍ଶନ ବର୍ଷକରେ ଥରେ ଦେଖିବାକୁ ମିଳିଥିବାବେଳେ ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ସ୍ବଚକ୍ଷୁରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ବଡ଼ ଦାଣ୍ଡରେ ପାଦ ରଖି ରଥ ଦଉଡିକୁ ଛୁଇଁ ଦେଲେ ସବୁ ପାପ ଧୋଇ ହୋଇଯାଏ । ଦାରୁବ୍ରହ୍ମଙ୍କ ଦର୍ଶନ ପାଇଲେ ଭକ୍ତଙ୍କ ଆତ୍ମ ତୃପ୍ତି ହୋଇଥାଏ ।
ବାହୁଡାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା। ବାହୁଡା ଯାତ୍ରାକୁ କିପରି ଶୃଙ୍ଖଳିତ କରାଯାଇପାରିବ ସେ ନେଇ ଝାରପୋଖରିଆ ପୋଲିସ ପ୍ରଶାସନ ତରଫରୁ ୪ ପ୍ଲାଟୁନ ଫୋର୍ସ ମୁରୁତାୟନ କରିଥିଲେ। । ସ୍ଥାନୀୟ ସୁଭଦ୍ରା ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଶରତପାଳ ମହା ବିଦ୍ୟାଳୟର ସ୍ଵେଚ୍ଛାସେବୀ ଓ ସାରସକଣା ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ମଧ୍ୟ ସହଯୋଗ କରିଥିଲେ । ସ୍ଥାନୀୟ ଏକାଦଶୀ ମହାନ୍ତ, ପଦ୍ମନାଭସାହୁ, ରଥ ଉପରେ ଧାରା ବିବରଣୀ ପ୍ରଦାନ କରିଥିଲେ । ସେହିପରି ଶୂନ୍ୟ ମାଧବ ଓ ସାରସକ୍ଷେତ୍ରରେ ମହିଳା ମାନେ ରଥ ଟାଣିବା ଦେଖିବାକୁ ମିଳିଥିଲା । ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ସାରସକ୍ଷେତ୍ର।
ଅଧିକା ପଢନ୍ତୁ:ରତ୍ନଭଣ୍ତାର’ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ