ଭୁବନେଶ୍ୱର,୮ଏପ୍ରିଲ(ଖବର ଓଡିଶା); ରାଜଧାନୀରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର କମିଶନ(ବିଏମ୍ସି) ବିଭିନ୍ନ ଘରୋଇ କଲେଜର ଅନ୍ତେବାସିଙ୍କୁ ହେଷ୍ଟେଲ ଛାଡିବାକୁ ନିର୍ଦେଶ ଦେଇଛନ୍ତି । ଯେଉଁ ମାନଙ୍କର ପରିକ୍ଷା ସରିନି ସେମାନଙ୍କ ପାଇଁ ଗାଇଡଲାଇନ ଜାରୀ କରିଛି ବିଏମ୍ସି । କଲେଜ କତୃପକ୍ଷଙ୍କ ତରଫରୁ ଅଭିଭାବକ ମାନଙ୍କୁ ଏ ବିଷୟରେ ଅବଗତ କରାଇବାକୁ ନିର୍ଦେଶ ରହିଥିବା ବେଳେ ଅନ୍ତେବାସି ମାନଙ୍କୁ ଗାଇଡଲାଇନ କଡାକଡି ପାଳନ କରିବାକୁ କୁହାଯାଇଛି ।
ସମଗ୍ର ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା ବେଳେ , ବିଷେଶ କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ବହୁଳ ମାତ୍ରାରେ ଛାତ୍ରଛାତୀ ମାନେ ସଂକ୍ରମିତ ହେଉଛନ୍ତ । ପ୍ରଥମେ ଭୁବନେଶ୍ୱରସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ଢଓଗଈରେ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପରେ କେନ୍ଦ୍ରୀୟ ବିଦ୍ୟାଳୟ, ନିଟ୍, ରେଭେନ୍ସା ଓ ସିଲିକନରୁ ଛାତ୍ରଛାତ୍ରୀ ମାନଙ୍କ ସହ କଲେଜ କତୃପକ୍ଷମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି ।
ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୭୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିର ମଧ୍ୟରୁୁ ଭୁବନଶ୍ୱରର ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ସ୍ଥାନୀୟ ଅଂଚଳରୁ ଅର୍ଥାତ୍ ଲୋକାଲ କେସ ବୋଲି ସୂଚନା ମିଳିଛି
V