ଭୁବନେଶ୍ୱର : ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ। ରବିବାର ପୁରୀରେ ଯେଉଁସବୁ ଅଘଟଣ ଘଟିଛି, ତାହାକୁ ନେଇ ଦଳ ବର୍ତ୍ତମାନ ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି।ଏନେଇ ସୂଚନା ଦେଇଛନ୍ତି, ବିଜେପି ସାଂସଦ ତଥା ବିଜେପିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ।ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ପୁଣି ଥରେ ତାରିଖ ନିର୍ଦ୍ଧାରଣ କରାଯିବ।
ସୂଚନା ଅନୁଯାୟୀ ବିଜେପି ସଭାପତି ନିର୍ବାଚନ ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୋମବାର ଦଳର ରାଜ୍ୟ ସଭାପତି ଆଶାୟୀମାନେ ନାମାଙ୍କନ ଦାଖଲ କରିଥାନ୍ତେ। ଜୁଲାଇ ୧ ତାରିଖ ୧୦ଟାରୁ ୧୨ଟା ମଧ୍ୟରେ ମତଦାନ ହୋଇଥାନ୍ତା। ମଙ୍ଗଳବାର ବିଜେପିର ସଭାପତି ଘୋଷଣା ହୋଇଥାନ୍ତା। କିନ୍ତୁ ଏବେ ନିର୍ବାଚନକୁ ଦଳ ପକ୍ଷରୁ ସ୍ଥଗିତ ରଖାଯାଇଛି। ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ପୁରୀରେ ଯେଉଁ ଦୁର୍ଘଟଣା ଘଟିଲା ଏଥିରେ ଆମେ ମର୍ମାହତ ଅଛୁ। ଯାହା ସମସ୍ତଙ୍କୁ ମର୍ମାହତ କରିଛି। ତେଣୁ ବିଜେପି ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ କରୁଛି।