ଅଟୋ ସହ ମୁହାଁ ମୁଁହି ଧକ୍କା ହେଲା ବାଇକ । ଏହି ଦୁର୍ଘଟଣାରେ ୮ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଲଗାତାର ଭାବେ ଘଟିଚାଲିଛି ଦୁର୍ଘଟଣା । ଏହି ଦୁର୍ଘଟଣା ଫଳରେ କାହାର ଜୀବନ ଚାଲିଯାଉଛି ତ ଆଉ କାହାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଉଛି । ସ୍ୱାସ୍ଥ୍ୟ ଚିକିତ୍ସା କରାଇବା ପାଇଁ ଯିବା ସମୟରେ ଘଟିଗଲା ଦୁର୍ଘଟଣା । ସ୍ଥାନୀୟ ଲୋକେ ସମସ୍ତ ଗୁରୁତର ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ପୁରୀ ସାତପଡ଼ା ରାସ୍ତାରେ ଘଟିଛି ।
ସୂଚନା ଅନୁଯାୟୀ,ସୋମବାର ସକାଳୁ ପୁରୀ ସାତପଡ଼ା ରାସ୍ତାର ବାଲିସାହି ଛକ ନିକଟରେ ଚିଲିକା ନୂଆପଡ଼ା ଗାଁର ଜଣେ ବ୍ୟକ୍ତି ନିଜ ପୁଅର ସ୍ଵାସ୍ଥ୍ୟ ଚିକିତ୍ସା ପାଇଁ ସପରିବାର ସହ ଏକ ଅଟୋରେ ପୁରୀ ଯାଉଥିଲେ । ତଟି ବାଲିସାହି ନିକଟରେ ଯାଉଥିବା ସମୟରେ ଅଟୋ ଓ ବାଇକ୍ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୫ଜଣ ମହିଳା ଜଣେ ଶିଶୁ ସହିତ ୮ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ବାଇକ ଚାଲାକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଯିବାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।