ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଶାନ୍ତିଆ ନିକଟରେ ଟ୍ରକ ଡ୍ରାଇଭରଙ୍କ ଠାରୁ ଜୋରଜବରଦସ୍ତି କିଛି ଦୁର୍ବୁତ୍ତ ଚାନ୍ଦା ଆଦାୟ କରୁଥିଲେ। ଏପରିକି ଡ୍ରାଇଭରଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଚାନ୍ଦା ଆଦାୟ ଏବଂ ମାଡ ମରିବାର ନେଇ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଜଳେଶ୍ବର ପୋଲିସ। ଏହାପରେ ପୋଲିସକୁ ମଧ୍ୟ ଘଟଣାସ୍ଥଳରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏପରିକି ମହିଳା କନେଷ୍ଟବଳଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ହେଲେ ଶେଷରେ ପୋଲିସ ଅଧିକାରୀ ମାନେ ଦୁର୍ବୁତ୍ତ ମାନଙ୍କୁ ଗିରଫ କରି ଟ୍ରକ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ।