ଭୁବନେଶ୍ୱର: ଫେବ୍ରୁଆରୀ ୨୦ ତାରିଖରେ ଆସିବ ଓଡ଼ିଶା ବଜେଟ୍। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଉପସ୍ଥାପନ କରିବେ ରାଜ୍ୟ ବଜେଟ୍। ୨୦୧୬-୨୭ ଆର୍ଥିକ ବର୍ଷ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍।
ମିଳିଥିବା ସୂଚନା ମୁତାବକ, ଫେବ୍ରୁଆରୀ ୧୭ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଯାହା ରାଜ୍ୟର ଆର୍ଥିକ ଯୋଜନା ଏବଂ ବିକାଶ ଏଜେଣ୍ଡା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏଥର ବିଧାନସଭା ବଜେଟ୍ ଅଧିବେଶନ ଚାଲିବ। ଏପ୍ରିଲ ୮ ତାରିଖ ଯାଏଁ ଏହି ବଜେଟ୍ ଅଧିବେଶନ ଚାଲିବା ନେଇ ତାରିଖ ଧାର୍ଯ୍ୟ ହୋଇଛି। ପ୍ରଥମ ଦିନ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ।
ଅଧିକ ପଢନ୍ତୁ: ଆଜି ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ; ଦିଲ୍ଲୀରେ ପହଞ୍ଚିଲେ ନେତା
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫେବ୍ରୁଆରୀ ୨୦ ତାରିଖରେ ଆସିବ ରାଜ୍ୟ ବଜେଟ୍। ଖାସ୍ କରି ଏଥର ନୂଆ ବଜେଟରେ ଲୋକଙ୍କ ପାଇଁ କେଉଁ କେଉଁ ଯୋଜନା ଆରମ୍ଭ ହେବା ସହିତ, କେଉଁ ବିଭାଗ ପାଇଁ କେତେ ଅର୍ଥ ବ୍ୟୟ ବରାଦ କରାଯିବ, ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ଯାହାକୁ ଜାଣିବା ପାଇଁ ସାଢେ ଚାରି କୋଟି ଓଡ଼ିଆ ଅନେଇ ବସିଛନ୍ତି। ରାଜ୍ୟର ଅଭିବୃଦ୍ଧି ପଥ ଉପରେ ଗୁରୁତ୍ୱାରୋପ କରି, ବଜେଟରେ ଓଡ଼ିଶାକୁ ସ୍ଥାୟୀ ବିକାଶ ଆଡକୁ ଆଗେଇ ନେବା ପାଇଁ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ରଣନୈତିକ ନିବେଶର ରୂପରେଖା ଦିଆଯିବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: ଆର୍ଥିକ ସର୍ଭେକ୍ଷେଣ ୨୦୨୫-୨୬ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ଜିଡିପି ରହିବ ୬.୮ରୁ ୭.୨ ପ୍ରତିଶତ !