ନୂଆଦିଲ୍ଲୀ: କଂଗ୍ରେସର ୨୦ ବର୍ଷର ଶାସନ ସମୟରେ ଆସାମର ପୂରା ଭୌଗୋଳିକ ସ୍ଥିତି ବଦଳି ଯାଇଥିଲା । ରାଜ୍ୟର ସାତ ଜିଲ୍ଲାରେ ଅତି କମରେ ୬୪ ଲକ୍ଷ ଅନୁପ୍ରବେଶକାରୀ ରହି ଯାଇଥିଲେ । ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏହି ପ୍ରବୃତ୍ତିକୁ ସମାପ୍ତ କରିବା ଦିଗରେ କାମ କରୁଛନ୍ତି ବୋଲି ଶାହ କହିଛନ୍ତି ।
ଶାହ କହିଛନ୍ତି, ମୋଦୀ ସରକାର ରାଜ୍ୟରେ ଜନସାଂଖ୍ୟିକ ସମୀକରଣ ବଦଳାଇବା ପାଇଁ ବିଭିନ୍ନ ଉପାୟରେ କାମ କରୁଛନ୍ତି । ଯଦି ଆପଣ ଆସାମରେ ଅନୁପ୍ରବେଶକାରୀଙ୍କୁ ରୋକିବାକୁ ଚାହାନ୍ତି, ତେବେ ବିଜେପି ସରକାରକୁ ତୃତୀୟ ଥର ଚୟନ କରି ଅବୈଧ୍ୟ ପ୍ରବାସୀଙ୍କ ବିରୋଧରେ ଲଢେଇରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ହାତକୁ ମଜବୁତ କରନ୍ତୁ । ଆସାମରେ ବିଜେପି ସରକାର ଅତିକ୍ରମଣ ହୋଇଥିବା ୧.୨୬ ଲକ୍ଷ ଏକର ଜମିକୁ ଅନୁପ୍ରବେଶକାରୀଙ୍କଠୁ ମୁକ୍ତ କରିଛନ୍ତି ।
ଅମିତ ଶାହ କହିଛନ୍ତି, ଆସାମର ଉପର କ୍ଷେତ୍ରରେ ଅନୁପ୍ରବେଶକାରୀଙ୍କୁ ବସବାସ କରିବାରେ ରୋକିବା ଦିଗରେ ମିସିଙ୍ଗ ସମୁଦାୟ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଅନୁପ୍ରବେଶକାରୀଙ୍କୁ ରୋକିବା ମିସିଙ୍ଗ ସମୁଦାୟର ଦାୟିତ୍ୱ । ଆପଣଙ୍କୁ ହତିଆର ଉଠାଇବାର ଆବଶ୍ୟକତା ନାହିଁ । ଆପଣଙ୍କ ପରିଶ୍ରମ କରିବାର ସଂସ୍କୃତି କାରଣରୁ ଅନୁପ୍ରବେଶକାରୀ ଏହି ଅଞ୍ଚଳକୁ ଆସିବେ ନାହିଁ ।
Also read: ଅଧିକ କଥା ହେବାର ଅଛି ତ ଗୃହରୁ ବାହାରି ଯାଆନ୍ତୁ, ସାଂସଦଙ୍କ ପ୍ରତି କ୍ଷୁବ୍ଧ ବାଚସ୍ପତି ଓମ ବିର୍ଲା