ବେଆଇନ ଭାବେ ମାଛ ଧରିଲାବେଳେ ଗିରଫ କଲା ବନବିଭାଗ ।ଚିଲିକା ନଳବଣ ନିକଟରେ ନିଷିଦ୍ଧାଞ୍ଚଳରେ ପଶି ବେଆଇନ ଭାବେ ମାଛ ଧରୁଥିଲେ କିଛି ମତ୍ସ୍ୟଜୀବୀ। ସେହି ସମୟରେ ଡିଏଫଓ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛନ୍ତି । ପ୍ରାୟ ଅଧଘଣ୍ଟା ଧରି ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରିବା ପରେ ୭ ମତ୍ସ୍ୟଜୀବୀଙ୍କୁ ଧରିଛି ଚିଲିକା ବନବିଭାଗ।
ସୂଚନା ଅନୁଯାୟୀ,ଚିଲିକା ନଳବଣ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ପରିଗଣିତ କରାଯାଏ । ସେହି ସ୍ଥାନରେ ମାଛ ଧରିବା ପାଇଁ ନିଷେଧ କରାଯାଇଛି । ସେହି ସବୁ ସ୍ଥାନ ନିଷିଦ୍ଧାଞ୍ଚଳ ହୋଇଥିବା ସତ୍ୱେ ମଧ୍ୟ ମତ୍ସ୍ୟଜୀବୀ ସେଠାରେ ପଶି ମାଛ ଧରୁଥିଲେ । ମାଛ ଧରିବା ସମୟରେ ସେମାନଙ୍କୁ ବନ ବିଭାଗ ଦେଖି ଧରିବା ପାଇଁ ଚେଷ୍ଟା କରିହିଲେ । ଏହାପରେ ମତ୍ସ୍ୟଜୀବୀମାନେ ଫେରାର ହେବାକୁ ଚେଷ୍ଟା କରିଥିଲେ। ମାତ୍ର ବନବିଭାଗ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା । ସମସ୍ତ ଗିରଫ ମତ୍ସ୍ୟଜୀବୀ ଖୋର୍ଦ୍ଧା ଚନ୍ଦ୍ରାପୁଟ ଅଞ୍ଚଳର ବୋଲି ଜଣାପଡିଛି।