ପୁରୀ: ଶନିବାରଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ । ଏହି ସମୟରେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ଲାଗି ରହିବ । ଏହାକୁ ନେଇ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ପଞ୍ଚୁକରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରି ପାରିବେ ଭକ୍ତ । ଏ ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ।
ଜିଲ୍ଲାପାଳ କହିଛନ୍ତି ଯେ, ପବିତ୍ର ଅଁଳା ନବମୀ ଅବସରରେ ବ୍ୟବସ୍ଥା ମଧ୍ୟ ରହିଛି । ସକାଳ ୫ଟାରୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ । ବିଳମ୍ବିତ ରାତ୍ରି ଯାଏଁ ବାଲିବ ରାଧାପାଦ ଦର୍ଶନ । ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଚାଲିବ । ଯେତେ ସମୟ ହେଉ ପଛେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ଚେଷ୍ଟା କରିବୁ । ଏଥର ୧୧ ଧାଡିର ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦ୍ୱାର ଓ ବ୍ୟାରିକେଡିଂ ପରିଚାଳନା ପାଇଁ ୫ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯିବ ।