ପୁଣି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଧକ୍କା ହେଲା ଦୁଇଟି ପାସେଞ୍ଜର ଟ୍ରେନ୍ । ସୂଚନା ଅନୁସାରେ , ଆନ୍ଧ୍ର ପ୍ରଦେଶର ବିଜୟନଗରମ - ବିଶାଖାପାଟଣା ରେଳ ଲାଇନ୍ର କଣ୍ଟକପାଲ୍ଲୀ ଷ୍ଟେସନ ମଧ୍ୟରେ ଗତକାଲି ସନ୍ଧ୍ୟା ୭ ଟାରେ ଦୁଇଟି ଯାତ୍ରୀ ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା ।
ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଆହାତ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ଖବର ମୁତାବକ , ପାସେଞ୍ଜର ଟ୍ରେନ ବିଶାଖାପାଟଣା କୁ ପଛରୁ ଧକ୍କା ଦେଇଛି ରାୟଗଡ଼ା ଆସୁଥିବା ବିଶାଖପାଟଣା ପାସେଞ୍ଜର ଟ୍ରେନ। ଫଳରେ ଚାରିଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରାୟଗଡ଼ା ଆଡ଼କୁ ଆସୁଥିବା ପାସେଞ୍ଜର ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଉଭୟ ଟ୍ରେନରେ ଶହେରୁ ଦେଢ଼ଶହ ଯାତ୍ରୀ ଥିବାର ସୂଚନା ମିଳିଛି । ଦୁର୍ଘଟଣା ସ୍ଥଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଲାଇନଚ୍ୟୁତ ହୋଇଥିବା ବଗି ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି । ତେବେ ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ, ସ୍ଥାନୀୟ ଜନସାଧାରଣ, ଏନ୍ଆରଏଫ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।
ଏଥିସହ ରାୟଗଡ଼ାରୁ ପ୍ରାୟ ୧୮ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି । ଏହି ଦୁର୍ଘଟଣାରେ ଲୋକେ ପାଇଲଟ ଓ ଗାର୍ଡଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ୧୩ ମୃତଙ୍କ ମଧ୍ୟରୁ ୭ ଜଣଙ୍କର ପରିଚୟ ମିଳିଛି ବୋଲି ସୂଚନା ଦେଲେ ବିଜୟନଗରମ ଏସପି ଦୀପିକା ।
ଆଗକୁ ପଢନ୍ତୁ :- ରାଜ୍ୟରେ ଧୀରେ ଧୀରେ ଶୀତର ଲହରି ବୃଦ୍ଧି ପାଉଛି