କୋର୍ଟ ଛାତ ଉପରୁ ଡେଇଁ କଏଦୀଙ୍କ ଜୀବନ ହରିବାକୁ ଉଦ୍ୟମ। ତେବେ ଏହି ଘଟଣା ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ ଅଦାଲତର ଘଟିଛି। ତେବେ ଦ୍ୱିତୀୟ ମହଲାରୁ ଜୀବନ ହରିବାକୁ ଉଦ୍ୟମ କରିଥିବା ଅଭିଯୁକ୍ତ ଜଣଙ୍କ ହେଲେ ବେଲପାହାଡ଼ ଥାନା ଅନ୍ତର୍ଗତ ଜୁନାଡ଼ିହି ଗାଁର ସନାତନ ସିଂ। ସେ କେଉଁ କାରଣ ପାଇଁ ଏତେ ବଡ ଉଦ୍ୟମ କଲେ ତାହାର କାରଣ ସପ୍ତ ହୋଇନାହିଁ।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ଡେଇଁ ଜୀବନ ହରିବାକୁ ଉଦ୍ୟମ କଲେ କଏଦୀ।ଜୀବନ ହରିବାକୁ ଉଦ୍ୟମ କରିଥିବା ଅଭିଯୁକ୍ତ ଜଣଙ୍କ ହେଲେ ବେଲପାହାଡ଼ ଥାନା ଅନ୍ତର୍ଗତ ଜୁନାଡ଼ିହି ଗାଁର ସନାତନ ସିଂ। ତେବେ ଗତବର୍ଷ ଏପ୍ରିଲ ମାସରେ ପକସୋ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ ଅଭିଯୁକ୍ତ। ଆଜି ତାଙ୍କର କୋର୍ଟରେ ଶୁଣାଣି ଥିବା ବେଳେ ଭ୍ୟାନରେ କୋର୍ଟକୁ ଆସିଥିଲେ। କୋର୍ଟ ପ୍ରକ୍ରିୟା ଚାଲିଥିବା ବେଳେ ଅଭିଯୁକ୍ତ ଜଣଙ୍କ ଛାତରୁ ଡେଇଁ ଜୀବନ ହରିବାକୁ ଉଦ୍ୟମ କରିଥିଲେ। ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ତେବେ ପୋଲିସ ଏ ବାବଦରେ ତାଙ୍କୁ ଅଧିକ ପଚାରୁଚର କରୁଛି।