ପୁଣି ଆଉ ଜଣେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ରାଜସ୍ଥାନ କୋଟାରେ ନିଟ୍ କୋଚିଂ ନେଉଥିଲେ ମୃତ ଛାତ୍ର। ତେବେ ଉକ୍ତ ଛାତ୍ରଙ୍କ ନାମ ରୋଶନ କୁମାର ପାତ୍ର ହୋଇଥିବା ବେଳେ ତାଙ୍କ ଘର ଗଞ୍ଜାମ ଜିଲ୍ଲା ଜରଡା ଥାନାରେ ବୋଲି ଜଣାପଡିଛି। ସେ ମାତ୍ର ୪ ମାସ ତଳେ କୋଚିଂ ନେବାକୁ ରାଜସ୍ଥାନର କୋଟା ଯାଇଥିଲେ। ନିଜର ଜଣେ ସମ୍ପର୍କୀୟ ଭାଇଙ୍କ ସହ କୋଟାରେ ଗୋଟିଏ ରୁମରେ ରହୁଥିଲେ। ସମ୍ପର୍କୀୟ ଭାଇ କୋଚିଂରୁ ଫେରି ରୁମ୍ ଭିତରେ ରୋଶନଙ୍କ ମୃତଦେହ ପଡିଥିବାର ଦେଖିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି।
ସୂଚନା ଅନୁସାରେ, ରୋଶନ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ଘରେ ରହି ନୀଟ ର କୋଚିଙ୍ଗ ନେଉଥିଲେ। ଶନିବାର ରାତିରେ ଉଭୟ ମିଶି ଖାଦ୍ୟ ଖାଇବା ପରେ ଶୋଇବାକୁ ଯାଇଥିଲେ। ଏହାପରେ ସମ୍ପର୍କୀୟ ଭାଇ ତାଙ୍କ କୋଚିଙ୍ଗ କୁ ଯାଇଥିଲେ। ଏହାପରେ ଘରକୁ ଫେରି ଦେଖିଥିଲେ ଯେ ଭିତର ପଟୁ ରୁମ୍ ଲକ ଅଛି । ଏହାପରେ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା। ସେ ତୁରନ୍ତ ପୋଲିକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲା ଏବଂ ବେଡ ଉପରେ ସେ ଅଚେତ ଅବସ୍ଥାରେ ରୋଶନ ଙ୍କୁ ପଡିଥିବାର ଦେଖିଥିଲା। ହଷ୍ଟେଲରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ହେଲେ ଡାକ୍ତରଖାନାକୁ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ମୃତ ରୋଶନଙ୍କ ପରିବାର ଲୋକ ରବିବାର ବିମାନ ଯୋଗେ ଯାଇ କୋଟାରେ ପହଞ୍ଚିଥିଲେ। ଏହାପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ନେଇ ରୋଶନଙ୍କ ବାପା ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହି ଘଟଣା ପରେ ରୋଶନଙ୍କ ପରିବାର ଏକ ପ୍ରକାର ନିସ୍ତେଜ୍ ହେଇଯାଇଛନ୍ତି। ପୁଅ ପାଇଁ ବାପା ଓ ମାଆ ବିକଳ ହେଇ କାନ୍ଦୁଛନ୍ତି।