ଆଜି ସକାଳୁ ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି ସଡ଼କ ଦୁର୍ଘଟଣା । ଝିଅ ଘରୁ ଫେରୁଥିବା ସମୟରେ ଦୁର୍ଘଟଣାରେ ବାପାର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସାହାଜବାହାଲ ଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ ଓଲଟି ପଡିଥିଲା । ଫଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ହେଉଛି କବିରାଜ ପୋଢ଼ । କବିରାଜ ସାରଙ୍ଗପାଲି ଗାଁରେ ଝିଅ ଘରକୁ ସାବିତ୍ରୀ ଭାର ନେଇ ଯାଇଥିଲେ । ଝିଅ ଘରୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ବାଇକ ରାସ୍ତା କଡ଼ରେ ଥିବା ଧାନ ଗଦାକୁ ପିଟିଦେଇଥିଲା । ଚାଳକ ଏହି ଦୁର୍ଘଟଣାରେ ବାଇକରୁ ପଡିଯାଇଥିଲେ । ଆଉ ଘଟଣାସ୍ଥଳରେ ହିଁ ଚାଳକଙ୍କର ମୃତ୍ୟୁ ହୋଇଯାଇଥିଲା ।
ଖବର ପାଇ, ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ଓ ପରିବାର ଲୋକଙ୍କୁ ଏହି ଖବର ଦେବା ପରେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହି ଦୁର୍ଘଟଣା ପରେ ପରିବାରରେ ଦୁଃଖର ପାହାଡ଼ ଲଦି ହୋଇପଡିଛି ।
ଆଗକୁ ପଢ଼ନ୍ତୁ : ପୂର୍ବତନ ସରପଞ୍ଚଙ୍କୁ ଅତି ନିର୍ମମ ଭାବେ ହତ୍ୟା