ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେର ୫୩ ନମ୍ବର ଜାତୀୟ ରାଜପଥ ସନ୍ଥପଡା ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି । ବାଇକ ଓ ଟ୍ରଲର ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବାରିହାପୁର ଅଞ୍ଚଳର ମନୋଜ ବେହେରା ।
ସୂଚନା ଅନୁସାରେ, ମନୋଜ ନିଜ କାର୍ଯ୍ୟ ସାରି ତାଳଚେରରୁ ନିଜ ଘର ବାରିହାପୁରକୁ ଯାଉଥିଲେ । ଏହି ସମୟରେ ହଠାତ ଏକ ଟ୍ରଲର ସନ୍ଥପଡା ଛକ ନିକଟରେ ବ୍ରେକ ମାରିଥିଲା । ଫଳରେ ମନୋଜ ଟ୍ରଲର ସହ ପିଟି ହୋଇ ଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଓ ପରିବାର ରାସ୍ତାରୋକ ଆନ୍ଦୋଳନ କରିଥିଲେ । ପରେ ତାଳଚେର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ପୋଲିସ ଗାଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।