ଗଜପତି: ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଦାଦନ ଶ୍ରମିକ ପରିଡ଼ା ଗ୍ରାମ ପଞ୍ଚାୟତର ବାଳକ୍ରୀଷ୍ଣା ଗାଣ୍ଟା । ଏପରି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଘଟିଛି ।ସୂଚନା ଅନୁସାରେ, ଗତ ବର୍ଷ ବାଳକ୍ରୀଷ୍ଣା ଗାଣ୍ଟା ତାମିଲନାଡୁକୁ କାମ କରିବାକୁ ଯାଇଥିଲେ । ତାମିଲନାଡୁ ସ୍ଥିତ ଏକ କୋଠା ଘର ନିର୍ମାଣ କାର୍ଯ୍ୟ କରିବା ସମୟରେ ଛାତରୁ ତଳକୁ ଖସି ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ସେ ପିଲାରୁ ବାପାଙ୍କୁ ହରାଇ ଥିଲେ ପରେ ମା କେଉଁଠିକି ଚାଲି ଯାଇଥିଲେ । ଦୁଇ ପଇସା ରୋଜଗାର କରି ଘର ସଂସ୍କାର କରିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ । କିନ୍ତୁ ତାଙ୍କର ସବୁ ସ୍ୱପ୍ନ ଅଧାରେ ରହିଗଲା । ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ମାଲିକ ନିଜସ୍ଵ ଉଦ୍ୟମରେ ବାଳକୃଷ୍ଣଙ୍କ ପରିବାର ଲୋକଙ୍କୁ ଅବଗତ କରାଇ ମୃତଦେହକୁ ପରିଡ଼ା ଗାଁକୁ ପଠାଯାଇଥିଲା । ଏହି ଘଟଣା ପରେ ଗାଁରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ।