ସମ୍ବଲପୁର: ମଙ୍ଗଳବାର ସକାଳୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୁର୍ଲା ଭିସୁଟରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । କଲଭର୍ଟରେ ପଡି ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ମୃତ ଛାତ୍ର ଜଣକ ବୁର୍ଲା ଭିସୁଟର ମେକାନିକାଲ ଇଂଜିନିୟରିଂର ଶେଷ ବର୍ଷର ଛାତ୍ର । ତାଙ୍କ ନାଁ ଅଞ୍ଜନେୟ ଦାସ ଓ ଘର ଯାଜପୁର ବୋଲି ଜଣାପଡିଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଛାତ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।