ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆ ଏବଂ ଇଣ୍ଟରନେଟରେ ଏକ ଖବର ଭାଇରାଲ ହୋଇଛି ଯେ ଗୁଗୁଲ୍ ତାର ୨.୫ ବିଲିୟନ ଜିମେଲ୍ ବ୍ୟବହାରକାରୀଙ୍କୁ ଏକ ଜରୁରୀକାଳୀନ ଚେତାବନୀ ପଠାଇଛି । ଯାହାକୁ ନେଇ ଜିମେଲ୍ ବ୍ୟବହାରକାରୀଙ୍କୁ ଚିନ୍ତା ବଢ଼ିଯାଇଛି । ମାତ୍ର ଗୁଗୁଲ ଏହାକୁ ଖଣ୍ଡନ କରିଛି । ଗୁଗୁଲ ଏପରି କୌଣସି ମେସେଜ୍ ପଠାଇ ନାହିଁ ବୋଲି ସ୍ପଷ୍ଟ କରିଛି । ଏହି ଖବର କେବଳ ଏକ ମିଥ୍ୟା ରିପୋର୍ଟ ଏବଂ ଗୁଜବ ଥିଲା ।
ଗୁଗୁଲ କହିଛି, "ଏପରି କୌଣସି ସତର୍କ ସୂଚନା କେବେ ପଠାଯାଇ ନାହିଁ କିମ୍ବା ଆମ ପକ୍ଷରୁ ଏପରି କୌଣସି ସତର୍କ ସୂଚନା ପଠାଯାଇ ନାହିଁ ।" ଏହି ଖବର କେବଳ ଏକ ମିଥ୍ୟା ରିପୋର୍ଟ ଏବଂ ଗୁଜବ ଥିଲା, ଯାହାକୁ ସୋସିଆଲ ମିଡିଆରେ ସେୟାର କରି ଭୁଲ ଭାବରେ ପ୍ରସାରିତ କରାଯାଇଥିଲା । ଗୁଗୁଲ୍ ଆହୁରି କହିଛି ଯେ ସେମାନଙ୍କର ନେଟୱାର୍କ ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ କୌଣସି ପ୍ରକାରର ବଡ଼ ବିପଦ ନାହିଁ ।
ୟୁଜର୍ସମାନଙ୍କୁ ଗୁଗୁଲର ପରାମର୍ଶ
- ଯଦି କେହି ଆପଣଙ୍କୁ ପାସୱାର୍ଡ, ଓଟିପି କିମ୍ବା ବ୍ୟାଙ୍କ୍ ଡିଟେଲ୍ସ ମାଗନ୍ତି ତେବେ ତାହାକୁ ଅଣଦେଖା କରନ୍ତୁ ।
- କେବଳ ଗୁଗୁଲ ଅଧିକାରୀଙ୍କ ପକ୍ଷରୁ ଆସିଥିବା ପରାମର୍ଶ ଉପରେ ଧ୍ୟାନ ଦିଅନ୍ତୁ ।
- ଜିମେଲ୍ ଦ୍ୱାରା ଦିଆଯାଇଥିବା ସିକ୍ୟୁରିଟି ଅଲର୍ଟ ସେକ୍ସନକୁ ସମୟ ସମୟରେ ଦେଖିବାକୁ ପରାମର୍ଶ ଦିଆଯାଇଛି ।
ଏହି ଖବର ସମ୍ଭବତଃ ଏକ ଫିସିଂ ସ୍କାମ୍ କିମ୍ବା ଭ୍ରମାତ୍ମକ ଥିବା ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଯାହାକୁ ଅତିରଞ୍ଜିତ କରାଯାଇଥିଲା ଏବଂ ଲୋକଙ୍କ ମଧ୍ୟରେ ଭୟ ବ୍ୟାପିବା ପାଇଁ ବ୍ୟବହାର କରାଯାଇଥିଲା ।