ପାରାଦୀପ: ପାରାଦୀପ ଇଫକୋ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟି ଚାଳକ ପଛପଟୁ ଚଢିଗଲା ଆଇରନ୍ ବୋଝେଇ ଟ୍ରକ। ଘଟଣାସ୍ଥଳରେ ସ୍କୁଟି ଆରୋହି ମୃତ। ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଧରି ନିସ୍ତୁକ ମାଡ ମାରିଲେ ସ୍ଥାନୀୟ ଲୋକ। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ମୃତ ବ୍ୟକ୍ତି କିଶୋର ସିରୋମଣୀ ବୋଲି ପରିଚୟ ମିଳିଛି।
ସୂଚନା ଅନୁସାରେ, ଆଜି କିଶୋର ସିରୋମଣୀ ସ୍କୁଟିରେ ସ୍ଥାନୀୟ ଅଠରବାଙ୍କୀ ମେଡିକାଲକୁ ଯାଉଥିବା ସମୟରେ ଆଇରନ୍ ବୋଝେଇ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଜଣଙ୍କ ତଳେ ପଡିଯାଇଥିବା ବେଳେ ଟ୍ରକଟି କିଶୋରଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ଡ୍ରାଇଭରକୁ ଧରି ନିସ୍ତୁକ ମାଡ ମାରିଥିଲେ । ଏହି ଖବର ପାରାଦୀପ ଆଦର୍ଶ ଥାନା ପୋଲିସ ପାଇ, ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି କରିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ମୃତ ବ୍ୟକ୍ତି କିଶୋର ସିରୋମଣୀ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଘର ନୟାଗଡ଼ ବୋଲି ଜଣାପଡିଛି।