ଘରୋଇ କଲେଜ ହଷ୍ଟେଲ୍‌ରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀ ଉଦ୍ଧାର
Khabar Odisha:A-student-was-found-hanging-from-a-private-college-hostel
ଭୁବନେଶ୍ୱର, ଜାନୁଆରୀ ୦୧ (ଖବର ଓଡ଼ିଶା):

ଶନିବାର ଭୁବନେଶ୍ୱର ଇନଫୋସିଟି ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲ୍‌ରୁ ଉଦ୍ଧାର ହୋଇଛି ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ । ଛାତ୍ରୀ ଜଣକ ସୃଷ୍ଟି ଏକାଡେମି ମ୍ୟାନେଜମେଣ୍ଟରେ ଏମ୍‌ବିଏ ଦ୍ୱିତୀୟ ବର୍ଷର ଛାତ୍ରୀ। ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଶରିର ଉଦ୍ଧାର କରାଯାଇଛି। 

କଲେଜ ଅଧିକାରୀଙ୍କଠୁ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା । ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ଦାଖଲ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହା ଏକ ହତ୍ୟା ବା ଅତ୍ମହତ୍ୟା ତାହା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ । 

  • Tags:

Subscribe

National International State Sports Entertainment