ଗୋପାଳପୁର: ହୁତୁହୁତୁ ହୋଇ ଜଳିଲା ସ୍କୁଟି ଓ ବାଇକ। ଫଳରେ ଜଳିପୋଡ଼ି ପାଉଁଶ ହୋଇଗଲା ସବୁକିଛି। ଗୋପାଳପୁର ଥାନାରେ କାର୍ଯ୍ୟରତ ହୋମଗାର୍ଡଙ୍କ ସ୍କୁଟି ଓ ବାଇକକୁ ଜାଳି ଦେଇଛନ୍ତି କିଛି ଦୁର୍ବୃତ୍ତ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି। ପୋଲିସ ଘଟଣାସ୍ଥଳରେ ପହଂଚି କେଉଁମାନେ ନିଆଁ ଲଗାଇଛନ୍ତି ସେ ନେଇ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ହୋମଗାର୍ଡ ରାତିରେ ଡ୍ୟୁଟି ସାରି ଘରକୁ ଫେରି ବାଇକ ଘର ସମ୍ମୁଖରେ ରଖି ଭିତରକୁ ଯାଇଥିଲେ। ଘରକୁ ଯିବାର କିଛି ସମୟ ପରେ ବାହାରେ ଦୁଇଟି ଗାଡ଼ି ନିଆଁ ଲାଗି ଜଳୁଥିବା ତାଙ୍କ ପତ୍ନୀ ଦେଖିଥିଲେ। ପରିବାର ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡ଼ି ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏ ନେଇ ଆନିସ ଗୋପାଳପୁର ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଓ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।