ପୋଲିସ ଗୁଳିରେ ନକ୍ସଲ ମୃତ l ଘଟଣା ଟି ଘଟିଛି , ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ଛତିଶଗଡ ଅନ୍ତର୍ଗତ ବୋରେଇ ଥାନା ନିକଟସ୍ଥ ଏକବାରି ଜଙ୍ଗଲ ରେ I ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି I
ସୂଚନା ଅନୁଯାୟୀ , ଓଡିଶା ଛତିଶଗଡ ସୀମାନ୍ତ ସ୍ଥାନୀୟ କୁନ୍ଦେଇ ଥାନା ଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ବୋରାଇ ଥାନା lଏହି ଥାନା ଅନ୍ତର୍ଗତ ଏକବାରୀ ଜଙ୍ଗଲରେ ନକ୍ସଲ ମାନଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଗତକାଲି ରାତିରେ ଏକ ମିଳିତ ସର୍ଚ୍ଚ ଅପରେସନ୍ ହୋଇଥିଲା l ଏହାପରେ ବିଳମ୍ବିତ ରାତିରେ ଉଭୟ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା l ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିଲା l ମୃତ ନକ୍ସଲର ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ lଏହି ଘଟଣା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ କୁ କଡ଼ାକଡ଼ି କରାଯାଇଛି l
ଆଗକୁ ପଢନ୍ତୁ :- କିନ୍ନରଙ୍କ ଉପରେ ଗାଡ଼ି ଚଢାଇଦେଲା ହାଇୱା ଡ୍ରାଇଭର