ସରକାରୀ ଜମିର ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ଭଦ୍ରକ ଧାମନଗର ତହସିଲ ପକ୍ଷରୁ । ତହସିଲଦାରଙ୍କ ପକ୍ଷରୁ ଧାମନଗର ମୁଖ୍ୟ ବଜାର ଠାରେ ଜାହାଙ୍ଗୀର ରୋଡ଼ରେ ସରକାରୀ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଗତକାଲି ଠାରୁ ଆରମ୍ଭ ହୋଇଛି । JCB ସାହାଯ୍ୟରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ସେକ୍ ଅବଦୁଲ ପ୍ଲଟ ୩୩୩ ସରକାରୀ ଜମିକୁ ୯O ବର୍ଷରୁ ଉର୍ଦ୍ଧଧରି କବଜା କରି ରଖିଥିଲେ ହେଲେ 90ମିନିଟ ରେ ଭଙ୍ଗି ଦେଲେ ଧାମନଗର ଥାନା ଅଧିକାରୀ ମାନେ । ଧାମନଗର SDPOଙ୍କ ଉପସ୍ଥିତ ସହତ ପୋଲିସ ମୁତୟନ ହୋଇଥିବା ବେଳେ ଧାମନଗର NAC ଅଧିକାରୀ ଓ ଧାମନଗର ତହସିଲଦାର ଦିପକ ଦାସଙ୍କ ଉପସ୍ଥିତି ରେ ଏଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଉଚ୍ଛେଦ ପୂର୍ବରୁ ଆଉ ଥରେ ମାପ ଚୁପ୍ ଆରମ୍ଭ କରାଯାଇଥିଲା ।ଯେଉଁଠି ସରକାରଙ୍କ ଜମିରେ ଜବରଦଖଲ ହୋଇଛି ସେ ଗୁଡିକ ମଧ୍ୟ ଭଙ୍ଗା ଯିବ ବୋଲି ତହସିଲଦାର କହିଛନ୍ତି।