ପିକନିକ ସାଜିଲା କାଳ । କେତେ ଖୁସିରେ ପିକନିକ ବନେଇବାକୁ ଆସିଥିଲେ ହେଲେ ଏମିନି ଦୁର୍ଘଟଣା ହେବ ବୋଲି କିଏ ବା ଜାଣିଥିଲା । କିଛି ଦିନ ତଳେ ହୋଇଥିବା ବାହାନଗା ଦୁର୍ଘଟଣା କଥା ଭାବିଲେ ଆମର ରୁମ କିପରି ଟାଙ୍କୁରୀ ଉଠେ ସେହିଭଳି ଏହି ଦୁର୍ଘଟଣା କଥା ଭାବିଲା ବେଳକୁ ଆମ ରୁମ ସେହିପରି ଟାଙ୍କୁରୀ ପଡୁଛି । ବୋଟରେ ପ୍ରାୟ 50 ଜଣ ଯାତ୍ରୀ ଥିଲେ ବୋଟଟି ବହୁତ ପୁରୁଣା ବି ଦେଖାଯାଉଛି । ଏହି ବୋଟରେ ଲାଇଫ ଜାକେଟ ଭି ନଥିଲା । ବୋଟଟି ପୁରୁଣା ଥିବା ଯୋଗୁଁ ହୁଏତ ବୁଡି ଯାଇଥିବା ଅନୁମାନ କରାଯାଉଛି । ତେବେ ଏହି ଘଟଣା ଘଟିଛି ଝାରସୁଗୁଡ଼ା ଲକ୍ଷନପୁର ମହାନଦୀ ଠାରେ ।
ଗତକାଲି ଛତିଶଗଡ଼ ଖରସେନି ଅଞ୍ଚଳରୁ ବରଗଡ଼ ଅମ୍ବାଭୋନାର ପଥରସେନିରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିଲେ । ଠିକ ସେତିକି ବେଳେ ଘଟିଲା ଏହି ଅଘଟଣ । ଡଙ୍ଗା ଟି ଭାର ବୋଧହୁଏ ଭାର ସମ୍ଭାଳି ନପାରି ବୁଡିଯାଇଥିଲା । ଡଙ୍ଗାରେ ପ୍ରାୟ ୫୦ ରୁ ଅଧିକ ଯାତ୍ରୀ ଥିଲେ । ୪୩ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ । ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ଥିଲେ। ତେବେ ଦର୍ଶକ ବନ୍ଧୁ ଗତକାଲି ଜଣେ ମହିଳାଙ୍କର ମୃତ ଦେହ ମିଳିଥିବା ବେଳେ ଆଜି ଆଉ 6 ଜଣଙ୍କର ମୃତ ଦେହ ମିଳିଛି । ସେଥି ମଧ୍ୟରୁ ୩ଜଣ ମହିଳା ହି ଓ ୩ଜଣ ଶିଶୁ ଏହାକୁ ମିଶାଇ ମୃତ ସଂଖ୍ୟ 7 କୁ ପହଁଚିଛି ହେଲେ ଏବେ ବି 1 ନିଖୋଜ ଅଛନ୍ତି । ସମସ୍ତ ମୃତକ ଛତିଶଗଡ଼ର ଖରସିଆଁର ବୋଲି ଜଣାପଡିଛିଡିଛି। ୨ଟି ଓଡ୍ରାଫ ଟିମ୍ଟି ଏବେ ସର୍ଚ୍ଚଅପରେସନ ଜାରି ରଖିଥିବାବେଳେ ସ୍କୁବା ଡ୍ରାଇଭିଂ ଟିମଟି ଏହି ସର୍ଚ୍ଚଅପରେସନ ସାମିଲ୍ ଅଛନ୍ତି ।
ସେପଟେ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ । ଆତ୍ମାର ସଦଗତି କାମନା କରିବା ସହ ନିଖୋଜଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଥିବା ନିଜ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ କହିଛିନ୍ତି ।
ଅଧିକା ପଢନ୍ତୁ: ମହାନଦୀରେ ବୁଡ଼ିଲା ଡ଼ଙ୍ଗା : ଯାତ୍ରୀ ନିଖୋଜ