ଭୁବନେଶ୍ୱର: କୋରନା ମହାମାରୀ ରାଜ୍ୟରେ ବହୁ ସଂଖ୍ୟାରେ ସାମ୍ବାଦିକଙ୍କ ସଂସାର ଉଜାଡ଼ି ଦେଇଛି । କୋଭିଡ୍ ଆକ୍ରାନ୍ତ ହୋଇ ୫୦ ଜଣ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ଏ ନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସଂଖ୍ୟାରେ ପ୍ରଥମ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା । ଗଞ୍ଜାମରେ କୋଭିଡ୍ ମହାମାରୀରେ ସର୍ବାଧିକ ୧୦ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ୪ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତକ ମାନଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଛନ୍ତି । ମୃତ ୫୦ ଜଣଙ୍କ ମଧ୍ୟରୁ ୪୯ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ।